ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକା ଓ ମେକ୍ସିକୋ ବର୍ଡର ମଧ୍ୟରେ ଲମ୍ବା କାନ୍ଥ ନିର୍ମାଣ କରିବା ପାଇଁ ପ୍ରକାଶ କରିଛନ୍ତି. ମାତ୍ର ଏହାକୁ ଆମେରିକା ସିନେଟଙ୍କ ମଞ୍ଜୁରୀ ମିଳିପାରୁନାହିଁ. ଏଥିପାଇଁ ଆମେରିକାରେ ସରକାରୀ ଚାକିରୀ କରିଥିବା ଲୋକଙ୍କୁ ଦରମା ଦେବା ଏବଂ ବିଭିନ୍ନ ବିଭାଗକୁ ଚଲାଇବା ପାଇଁ ଏହାସହ ଜଡିତ ଥିବା ବିଲ ମଧ୍ୟ ପାରିତ ହୋଇପାରୁନାହିଁ. ସେଥିପାଇଁ ଆମେରିକାରେ ପାଖାପାଖି ତିନି ସପ୍ତାହ ହେବ ସଟଡାଉନ ଭଳି ସ୍ଥିତି ଉପୁଜିଛି. ଏଥିପାଇଁ ଫେଡେରାଲ କର୍ମଚାରୀଙ୍କୁ ମଧ୍ୟ 22 ଡିସେମ୍ବର ପରଠାରୁ ଦରମା ମିଳିନାହିଁ. ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକା ଓ ମେକ୍ସିକୋ ବର୍ଡର ମଧ୍ୟରେ 1954 ମାଇଲ ଅର୍ଥାତ 3100 କିମିର ଲମ୍ବା କାନ୍ଥ ବନେଇବାକୁ ଚାହୁଁଛନ୍ତି. ଏହାମଧ୍ୟରୁ 1200 ମାଇଲ ଅର୍ଥାତ 1900 କିମି କାନ୍ଥ ଟେକ୍ସାସରେ ନିର୍ମାଣ ହେବାର ଅଛି. ତେବେ ଏହାକୁ ନିର୍ମାଣ କରିବା ପାଇଁ ପ୍ରାୟ 8 ବିଲିୟନ ଡଲାରରୁ 67 ବିଲିୟନ ଡଲାର ଖର୍ଚ୍ଚ ହେବ ବୋଲି ଆକଳନ କରାଯାଉଛି. ନିର୍ମାଣ ହେବାକୁ ଥିବା କାନ୍ଥ 4ଟି ଆମେରିକୀୟ ଏବଂ 6ଟି ମେକ୍ସିକାନ ରାଜ୍ୟ ସହ ଯୋଡିହେବ. ଫଳରେ ଲୋକଙ୍କୁ ଯିବାଆସିବା କରିବା ପାଇଁ ସହଜ ହେବ ଏବଂ ଏହା ଏକପ୍ରକାର ବିକାଶ ଆଡକୁ ଅଗ୍ରଗତି କରିବ ବୋଲି ଟ୍ରମ୍ପ କହିଛନ୍ତି. ଏହାକୁ ନିର୍ମାଣ କରିବା ପାଇଁ ଡୋନାଲ୍ଡ ଟ୍ରମ୍ପ ଆମେରିକା ସିନେଟଙ୍କୁ 5.7 ବିଲିୟନ ଡଲାର ଅର୍ଥାତ ଭାରତୀୟ ମୁଦ୍ରାରେ 40 ହଜାର କୋଟି ଟଙ୍କା ଦେବା ପାଇଁ ଦାବି କରିଛନ୍ତି. ହେଲେ ଖର୍ଚ୍ଚ ପାଇଁ ଆକଳନ କରିଥିବା ମୂଲ୍ୟଠାରୁ ଅଧିକ ଟଙ୍କା ଖର୍ଚ୍ଚ ହେବ ବୋଲି ଅନୁମାନ କରାଯାଉଛି.