ଭାରତରେ ଇଣ୍ଟର୍ଣ୍ଣସିପ୍ କରିପାରିବେ ଫରେନ ମେଡିକାଲ ଗ୍ରାଜୁଏଟସ । ୟୁକ୍ରେନରେ ଯୁଦ୍ଧ ଯୋଗୁଁ ସ୍ୱଦେଶ ଫେରିଥିବା ମେଡିକାଲ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପାଇଁ ଏଭଳି ନିଷ୍ପତ୍ତି ନେଇଛି ନ୍ୟାସନାଲ ମେଡିକାଲ କମିଶନ । ଯୁଦ୍ଧ ଯୋଗୁଁ ୟୁକ୍ରେନର ମେଡିକାଲ ଛାତ୍ର ଯଦି ନିଜ ଇଣ୍ଟର୍ଣ୍ଣସିପ୍ ସାରିନଥିବେ ସେମାନେ ଭାରତରେ ଇଣ୍ଟର୍ଣ୍ଣସିପ୍ କରିପାରିବେ । ତେବେ ସମ୍ପୃକ୍ତ ଛାତ୍ରଛାତ୍ରୀ ଇଣ୍ଟର୍ଣ୍ଣସିପ୍ ପାଇଁ ଆବେଦନ କରିବା ପୂର୍ବରୁ ବିଦେଶରେ ମେଡିକାଲ ପାଠ୍ୟକ୍ରମ ସାରିଥିବା ଆବଶ୍ୟକ । ରୁଷିଆ-ୟୁକ୍ରେନ ଯୁଦ୍ଧ ଯୋଗୁଁ ସ୍ୱଦେଶ ଫେରିଥିବା ଶତାଧିକ ଛାତ୍ରଛାତ୍ରୀ ଉପକୃତ ହେବେ । ଭାରତରେ ପଞ୍ଜିକୃତ ହେବା ପୂର୍ବରୁ ସମ୍ପୃକ୍ତ ଫରେନ୍ ମେଡିକାଲ ଗ୍ରାଜୁଏଟ ଛାତ୍ରଛାତ୍ରୀଙ୍କୁ ନ୍ୟାସନାଲ ବୋର୍ଡ ଅଫ ଏକଜାମିନେସନ କ୍ଲିଅର କରିବାକୁ ପଡିବ । ଯେଉଁ ବିଦେଶ ମେଡିକାଲ ଛାତ୍ରଛାତ୍ରୀ ଏହି ମାନଦଣ୍ଡ ପୂରଣ କରିପାରିବେ ସେମାନଙ୍କୁ ଷ୍ଟେଟ୍ ମେଡିକାଲ କାଉନସିଲ ୧୨ ମାସ କିମ୍ବା ବାକି ଥିବା ସମୟ ଭାରତରେ ଇଣ୍ଟର୍ଣ୍ଣସିପ୍ କରିବାକୁ ଅନୁମତି ମିଳିବ । ତେବେ ଇଣ୍ଟର୍ଣ୍ଣସିପ୍ ପାଇଁ କୌଣସି ମେଡିକାଲ କଲେଜ ଫି ନେଇପାରିବେ ନାହିଁ । ଭାରତରେ ପଢୁଥିବା ମେଡିକାଲ ଛାତ୍ରଛାତ୍ରୀଙ୍କ ଭଳି ସେମାନଙ୍କୁ ମଧ୍ୟ ସମସ୍ତ ସୁବିଧା ମିଳିବ ବୋଲି ନ୍ୟାସନାଲ ମେଡିକାଲ କମିଶନ କହିଛନ୍ତି ।

LEAVE A REPLY

Please enter your comment!
Please enter your name here