ସାମ୍ବାଦିକ ସମ୍ମିଳନୀରେ ଦୁଇ ଦେଶର ବନ୍ଧୁତାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେଦ ମୋଦି । ସେ କହିଛନ୍ତି,”ଭାରତ ଏବଂ ରୁଷର ସମ୍ପର୍କ ଧ୍ରୁବ ତାରା ସଦୃଶ । ବିଗତ ଆଠ ବର୍ଷ ମଧ୍ୟରେ ବିଶ୍ୱରେ ଅନେକ ଉତ୍ଥାନ ପତ୍ତନ ଆସିଛି । ମାନବ ସମାଜକୁ ଅନେକ ପରୀକ୍ଷା ଏବଂ ସଙ୍କଟରେ ଗତି କରିବାକୁ ପଡ଼ିଛି । ଏସବୁ ମଧ୍ୟରେ ଭାରତ-ରୁଷର ବନ୍ଧୁତା ଧ୍ରୁବ ତାରା ଭଳ ସ୍ଥିର ରହିଛି ” ,ଉଭୟ ଦେଶ ପରସ୍ପରକୁ ଆର୍ଥିକ ସହଯୋଗକୁ ପ୍ରାଥମିକତା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ମଧ୍ୟରେ ଶୁକ୍ରବାର ଅନେକ ଗୁରୁତ୍ୱ ପୂର୍ଣ୍ଣ ସହଭାଗିତା ଉପରେ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଦୁଇ ଦେଶ ମଧ୍ୟରେ ପୂର୍ବଭଳି ବାଣିଜ୍ୟିକ ସମ୍ପର୍କର ଜାରି ରହିବ , ମିଳିମିଶି ଆତଙ୍କବାଦୀ ଉପରେ ପ୍ରହାର କରାଯିବ । ଉଭୟ ଦେଶ ଶୀର୍ଷ ନେତୃତ୍ୱ ମିଳିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରିଛନ୍ତି । ମୋଦି କହିଛନ୍ତି ରୁଷ ଏବଂ ୟୁକ୍ରେନ୍ ମଧ୍ୟରେ ଭାରତ ସବୁବେଳେ ଶାନ୍ତିର ପକ୍ଷ ରଖିଛି । ପୁଟିନ କହିଛନ୍ତି ଯେ “ବିନା କୌଣସି ଘରୋଇ ଚାପରେ ଦୁଇ ଦେଶ ମଧ୍ୟରେ ତୈଳ ବାଣିଜ୍ୟ ଚାଲୁ ରହିବ । ସୁରକ୍ଷା, ବାଣିଜ୍ୟ, ଅର୍ଥବ୍ୟବସ୍ଥା ଏବଂ ସଂସ୍କୃତିକୁ ମଜବୁତ କରିବାକୁ ଦୁଇ ଦେଶର ବନ୍ଧୁତା ପ୍ରତିବଦ୍ଧ ଅଟେ । ଭାରତ ଓ ରୁଷ ଆର୍ଥିକ ଭାଗିଦାରୀକୁ ଏକ ନୂତନ ଶିଖରରେ ପହଁଚାଇବାକୁ ଆମର ପ୍ରାଥମିକତା । ୨୦୩୦ ପର୍ଯ୍ୟନ୍ତ ଉଭୟ ଦେଶ ମଧ୍ୟରେ ଆର୍ଥିକ ସହଯୋଗ ଜାରି ରହିବ । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଭାରତ ଏବଂ ରୁଷ ୟୁରେସିଆନ୍ ଅର୍ଥନୈତିକ ୟୁନିଅନ ସହିତ ଯଥାଶୀଘ୍ର ଏକ FTA ଚୂଡ଼ାନ୍ତ କରିବା ପାଇଁ କାର୍ଯ୍ୟ କରୁଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଏହା ଘୋଷଣା କରିଛନ୍ତି ଯେ ,ଭାରତ ରୁଷ ନାଗରିକଙ୍କ ପାଇଁ ୩୦ ଦିନ ପାଇଁ ବୈଧ ମାଗଣା ଇ-ପର୍ଯ୍ୟଟକ ଭିସା ପ୍ରଚଳନ କରିବ। ଭାରତ ଏବଂ ରୁଷ ଦୀର୍ଘଦିନ ଧରି ଆତଙ୍କବାଦ ବିରୁଦ୍ଧରେ କାନ୍ଧକୁ କାନ୍ଧ ମିଶାଇ ଠିଆ ହୋଇଛନ୍ତି। ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ହେଉ କିମ୍ବା କ୍ରୋକସ୍ ସିଟି ହଲ୍ ଉପରେ କାପୁରୁଷୋଚିତ ଆକ୍ରମଣ, ଏହି ସମସ୍ତ ଘଟଣାର କାରଣ ସମାନ । ଭାରତ ଦୃଢ଼ ଭାବରେ ବିଶ୍ୱାସ କରେ ଯେ ଆତଙ୍କବାଦ ମାନବତାର ମୂଲ୍ୟବୋଧ ଉପରେ ସିଧାସଳଖ ଆକ୍ରମଣ ଏବଂ ଏହା ବିରୁଦ୍ଧରେ ବିଶ୍ୱ ସଂହତି ଆମର ସବୁଠାରୁ ବଡ଼ ଶକ୍ତି । ଭାରତ ଏବଂ ରୁଷର ମିଳିତ ଜାତିସଂଘ, G20, BRICS, SCO ଏବଂ ଅନ୍ୟାନ୍ୟ ମଞ୍ଚରେ ଘନିଷ୍ଠ ସହଯୋଗ ରହିଛି। ଆମେ ଏହି ସମସ୍ତ ମଞ୍ଚରେ ଆମର ଆଲୋଚନା ଏବଂ ସହଯୋଗ ଜାରି ରଖିବୁ।”

LEAVE A REPLY

Please enter your comment!
Please enter your name here