ପରିବେଶକୁ ନିର୍ମଳ ରଖିବା ପାଇଁ ଭାରତରେ ଚାଲିଛି ସ୍ବଚ୍ଛ ଭାରତ ମିଶନ. ହାତରେ ଝାଡୁ ଧରି ହେଉ ଅବା ଅଳିଆ କଢା ଗାଡିରେ ଚାଲିଛି ମିଶନ. କିନ୍ତୁ ଫ୍ରାନ୍ସର ପାରିସରେ ଐତିହାସିକ ଥିମ୍ ପାର୍କରେ ମଣିଷମାନଙ୍କୁ ସଚେତନ କରିବା ପାଇଁ କାଉଙ୍କୁ ନେଇ ଚାଲିଛି ଯୋଜନା. ଏଥିପାଇଁ ଛଅ ଜଣ କାଉଙ୍କୁ ଟ୍ରେନିଂ ମଧ୍ୟ ଦିଆଯାଉଛି. ଏହି ଟ୍ରେନିଂରେ କାଉମାନେ କିପରି ନିଜ ଥଣ୍ଟରେ ଅଳିଆ ଆବର୍ଜନାକୁ ନେଇ ଡଷ୍ଟବିନରେ ପକେଇବେ ତାହା ମଧ୍ୟ ଶିଖାଯାଉଛି. ଲୋକଙ୍କ ପାଖରେ ପରିବେଶକୁ ସ୍ୱଚ୍ଛ ରଖିବାର ବାର୍ତ୍ତା ପହଂଚାଇବା ଏପରି କରିବାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ପାର୍କର ମୁଖ୍ୟ ନିକୋଲସ୍ ଡିବିଲିୟର୍ସ କହିଛନ୍ତି. ଏହି କାମ ପାଇଁ କାଉଙ୍କର ଯେଉଁ ପ୍ରଜାତିକୁ ଟ୍ରେନିଂ ଦିଆଯାଉଛି ସେମାନଙ୍କ ମଧ୍ୟରେ କେରିନ, ଜଉଙ୍କଡା ଓ ରେବେନ ଭଳି ପକ୍ଷୀ ଅଛନ୍ତି, ଯେଉଁମାନେ ମଣିଷଙ୍କ ଭାଷାକୁ ବେଶ୍ ଭଲ ଭାବରେ ବୁଝିପାରନ୍ତି.

LEAVE A REPLY

Please enter your comment!
Please enter your name here