ଭାରତର ସୀମାକୁ ପ୍ରବେଶ କରିବାକୁ ପୁଣି ଚେଷ୍ଟା କରୁଛି ଡ୍ରାଗନବାହିନୀ. ତାହା ବି ନୂଆ ଢଙ୍ଗରେ. ଏଥର ମୋଟରସାଇକେଲ ଚଢି ଭାରତର ସୀମାରେ ପ୍ରବେଶ କରିବାର ଏକ ଭିନ୍ନ ରଣନୀତି ଆପଣେଇଛି ଚୀନ.  ଏଥର ଉତ୍ତରାଖଣ୍ଡର ବାରାହୋତିରେ ପ୍ରବେଶ କରିଛି ଡ୍ରାଗନବାହିନୀ. ଚଳିତ ମସାରେ ପାଖାପାଖି ପାଞ୍ଚ ଥର ଭାରତରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲା ଚୀନ. ଜୁଲାଇ 10 ତାରିଖରେ ବାରାହୋତିରେ ଚୀନର ସୈନିକମାନେ ମୋଟରସାଇକେଲ ଯୋଗେ ଭାରତରେ ପ୍ରବେଶ କରିଥିବା ଆଇଟିବିପି ସୂତ୍ରରୁ ଜଣାପଡିଥିଲା. ତେବେ ଭାରତୀୟ ସୈନିକଙ୍କ ବିରୋଧ ପରେ ଫେରିଯାଇଥିଲେ ଡ୍ରାଗନବାହିନୀ. ମାତ୍ର ଏଭଳି ଘଟଣା ଭାରତକୁ ଚିନ୍ତାରେ ପକାଇଛି.

LEAVE A REPLY

Please enter your comment!
Please enter your name here