ନ୍ୟୁଜିଲାଣ୍ଡର କ୍ରାଏଷ୍ଟଚର୍ଚ୍ଚ ସହରର ୨ଟି ମସଜିଦ ଉପରେ ଶୁକ୍ରବାର ଭୟାନକ ଆକ୍ରମଣ ହୋଇଛି । ଦୁର୍ବୃତ୍ତମାନେ ଦୁଇଟି ମସଜିଦ ଉପରକୁ ଗୁଳିବର୍ଷା କରିଛନ୍ତି । ଗୁଳିକାଣ୍ଡରେ ବର୍ତ୍ତମାନ ସୁଦ୍ଧା ଚାଳିଶରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ସେହିପରି ଏହି ଘଟଣାରେ ଅନେକ ଲୋକ ଆହତ ହୋଇଥିବା ରିପୋର୍ଟ ସ୍ପଷ୍ଟ କରିଛି । ଗୁଳିକାଣ୍ଡ ପରେ ସ୍ଥାନୀୟ ଅଂଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଲୋକମାନେ ଘର ଭିତରୁ ବାହାରୁ ନାହାନ୍ତି । ନ୍ୟୁଜିଲାଣ୍ଡ ପୋଲିସ ସୂଚନା ଅନୁସାରେ ତିନିଜଣଙ୍କୁ ଅଟକ ରଖାଯାଇଛି । କ୍ରାଏଷ୍ଟଚର୍ଚ୍ଚରେ ଗମ୍ଭୀର ସ୍ଥିତି ପହଁଞ୍ଚିଛି । ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ମସଜିଦକୁ କେହି ନଯିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି । ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କକଟ ମରିସନ ଆକ୍ରମଣକୁ ନିନ୍ଦା କରିବା ସହ ଆକ୍ରମଣକାରୀମାନେ ଅଷ୍ଟ୍ରେଲିଆର ଆତଙ୍କବାଦୀ ଗୋଷ୍ଠୀର ବୋଲି କହିଛନ୍ତି.

LEAVE A REPLY

Please enter your comment!
Please enter your name here