ବିଜେଡି ଆଜି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ତାଲିକାରେ 9 ଟି ଲୋକସଭା ଆଶନ ଏବଂ 71ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି । 9ଟି ଲୋକସଭା ଆସନ ମଧ୍ୟରେ ଭୁବନେଶ୍ବର ଲୋକସଭା ଆସନରୁ ଦଳ ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ସୁରେଶ କୁମାର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟଙ୍କୁ ପ୍ରାର୍ଥୀ କରିଛି । ଆଜି କିଛି ସମୟ ପୂର୍ବରୁ ମନ୍ମଥ ବିଜେଡିରେ ଯୋଗ ଦେଇଥିଲେ । ଯଦିଓ ବିଜେଡି ଭୁବନେଶ୍ବର ଲୋକସଭା ଆସନ ପାଇଁ ଶ୍ରୀମୟୀ କରଙ୍କୁ ପ୍ରାର୍ଥୀ ଭାବେ ପ୍ରଚାର କରାଉଥିଲା । ସେହିପରି ଦଳର ସଙ୍ଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ଦଳ ସମ୍ବଲପୁରରୁ ପ୍ରାର୍ଥୀ କରିଛି । ଅନ୍ୟମାନଙ୍କ ମଧ୍ୟରେ କଳାହାଣ୍ଡିରୁ ଲମ୍ବୋଦର ନିଆଲ, ସୁନ୍ଦରଗଡ଼ରୁ ଦିଲ୍ଲୀପ ତିର୍କୀ, ମୟୂରଭଞ୍ଜରୁ ସୁଦାମ ମାର୍ଣ୍ଡି, କେନ୍ଦ୍ରାପଡ଼ାରୁ ଅଂଶୁମାନ ମହାନ୍ତି, ନବରଙ୍ଗପୁରରୁ ପ୍ରଦୀପ କୁମାର ମାଝୀ, କୋରାପୁଟରୁ କୌଶଲ୍ୟା ହିକକା ଏବଂ ଆସିକାରୁ ରଞ୍ଜିତା ସାହୁଙ୍କୁ ଦଳ ପ୍ରାର୍ଥୀ କରିଛି ।

LEAVE A REPLY

Please enter your comment!
Please enter your name here