ମଧ୍ୟ ପ୍ରାଚ୍ୟର ଅନେକ ଦେଶରେ ବନ୍ଦ୍ ହେଉନାହିଁ ମିସାଇଲ ମାଡ ଓ ଡ୍ରୋନ ଆଟାକ୍ । ଇରାନ ସାଉଦି ଆରବର ଆରାମକୋର ରାସ ତନୁରା ରିଫାଇନରୀ ଉପରେ ଡ୍ରୋନ ହମଲା କରିଛି । ରାସ୍ ତନୁରା ହେଉଛି ସାଉଦି ଆରବର ଏକ ପ୍ରମୁଖ ତୈଳ ରପ୍ତାନି କେନ୍ଦ୍ର ।ଯାହା ସମଗ୍ର ବିଶ୍ୱକୁ ତେଲ ଯୋଗାଣ କରେ । ରିଫାଇନାରୀର କିଛି ଭାଗରେ ନିଆଁ ଲାଗିବା ପରେ ତୁରନ୍ତ ଏହାକୁ ବନ୍ଦ କରି ଦିଆଯାଇଛି । ଏହି ହମଲାରେ ନିଆଁ ଅଳ୍ପ ଜାଗାକୁ ବ୍ୟାପିଥିଲା, ସେଥିପାଇଁ କିଛି ସମୟ ଭିତରେ ନିୟନ୍ତ୍ରଣ କରାଯାଇଛି । ଇରାନ ପକ୍ଷରୁ କରାଯାଇଥିବା ଡ୍ରୋନ ହମଲାରେ ବ୍ୟାପକ ମାତ୍ରାରେ କ୍ଷୟ କ୍ଷତି ହୋଇନାହିଁ । ଏହି ଆକ୍ରମଣ ପରେ ସାଉଦି ଆରବ ଏ ପର୍ଯ୍ୟନ୍ତ କୌଣସି ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ । ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି। ଯଦି ରିଫାଇନାରୀ କିମ୍ବା ତୈଳ ଟର୍ମିନାଲ ଉପରେ ଏମିତି ଆକ୍ରମଣ ହୁଏ, ତେବେ ଭବିଷ୍ୟତରେ ଏହା ସାରା ଦେଶରେ ତୈଳ ସଙ୍କଟ ସୃଷ୍ଟି କରିବ।

LEAVE A REPLY

Please enter your comment!
Please enter your name here