ଇତିହାସ ରଚିଛନ୍ତି ଭାରତୀୟ ବଂଶୋଦ୍ଭବ କମଲା ହାରିସ । ପ୍ରଥମ ମହିଳା ଭାବେ ଆମେରିକାର ଉପରାଷ୍ଟ୍ରପତି ପଦ ପାଇଁ ସେ ନିର୍ବାଚିତ ହୋଇଛନ୍ତି । ୫୬ ବର୍ଷୀୟ କାଲିଫର୍ନିଆ ସିନେଟର କମଲା ହାରିସ ତିନି ଜଣ ଏସୀୟ ଆମେରିକୀୟ ସିନେଟରଙ୍କ ମଧ୍ୟରୁ ଜଣେ । ସେ ହେଉଛନ୍ତି ପ୍ରଥମ ଭାରତୀୟ-ଆମେରିକୀୟ ସିନେଟର ଯିଏ କି ଏହି ଚାମ୍ବରକୁ ଆସିଛନ୍ତି । କାଲିଫର୍ଣ୍ଣିଆର ଅକଲାଣ୍ଡରେ ୨୦ ଅକ୍ଟୋବର ୧୯୬୪ରେ ଜନ୍ମ ହୋଇଥିଲେ ହାରିସ । ଯେତେବେଳେ କମଲା ହାରିସ ୭ ବର୍ଷର ଥିଲେ ତାଙ୍କ ବାପା-ମାଙ୍କର ଛାଡପତ୍ର ହୋଇଥିଲା । ଏବଂ ତାଙ୍କ ମା ହିଁ କମଲା ହାରିସ ଏବଂ ତାଙ୍କ ଭଉଣୀ ମାୟାଙ୍କୁ ବଡ କରିଥିଲେ । ବହୁତ କମ ବୟସରେ ଭାରତ ଗସ୍ତ କରିଥିଲେ କମଲା ହାରିସ । ଭାରତରେ ଜଣେ ବଡ ସରକାରୀ ଅଧିକାରୀ ଥିବା ତାଙ୍କ ଜେଜେ ବାପା ତାଙ୍କୁ ପ୍ରଭାବିତ କରିଥିଲେ । ତାଙ୍କ ଜେଜେବାପା ମଧ୍ୟ ଭାରତୀୟ ସ୍ୱାଧିନତା ସଂଗ୍ରାମରେ ଭାଗ ନେଇଥିଲେ । ଆମେରିକା ଉପ-ରାଷ୍ଟ୍ରପତି ନିର୍ବାଚିତ ହେବା ପରେ କମଲା ହାରିସ ତାଙ୍କ ସମର୍ଥକଙ୍କୁ ଧନ୍ୟବାଦ ଜଣାଇଛିନ୍ତି । କମଲା ହାରିସ କହିଛନ୍ତି ଯେ, ମୋର କିମ୍ବା ଜୋ ବିଡେନଙ୍କ ନିର୍ବାଚନଠାରୁ ବଡ଼ କଥା ହେଉଛି, ଆମେରିକୀୟ ଭରଷା, ଯେଉଁମାନେ ଆମକୁ ନିର୍ବାଚିତ କରିଛନ୍ତି । ଏବେ ଦେଶପାଇଁ ଆମକୁ ଆଗକୁ ବହୁତ କାମ କରିବାକୁ ଅଛି । ଏହି ଅବସରରେ କମଲା ହାରିସ ତାଙ୍କ ମାଆ ଶ୍ୟାମଳା ଗୋପାଳନଙ୍କୁ ସ୍ମରଣ କରିଛନ୍ତି । କମଳା କହିଛନ୍ତି ଯେ, ଆଜି ମୁଁ ଯାହାଙ୍କ ପାଇଁ ଏଠାରେ ଉପସ୍ଥିତି ଅଛି ତାଙ୍କୁ ମୁଁ ହୃଦୟରୁ ଧନ୍ୟବାଦ ଦେବାକୁ ଚାହୁଁଛି । ଆଉ ସେହି ମହିଳା ହେଉଛନ୍ତି ତାଙ୍କ ମାଆ ଶ୍ୟାମଳା ଗୋପାଳନ ।

LEAVE A REPLY

Please enter your comment!
Please enter your name here