ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ନେଇ 15 ସଦସ୍ୟ ରାଷ୍ଟ୍ର ବିଶିଷ୍ଟ ମିଳିତ ଜାତୀୟ ନିରାପତ୍ତା ପରିଷଦ ( ୟୁନାଇଟେଡ ନେସନ ସିକ୍ୟୁରିଟୀ କାଉନସିଲ) କଡା ସନ୍ଦେଶ ଦେଇଛି । ଏଭଳି ବର୍ବର ଅମାନବିକ ଘଟଣାକୁ ନିନ୍ଦା କରିବା ସହ ଆତଙ୍କବାଦୀ ପ୍ରୋତ୍ସାହନକାରୀଙ୍କୁ ଉଚିତ ଶାସ୍ତି ଦେବା ଉପରେ ଗୁରୁତ୍ବ ଦେଇଛି । ଅନ୍ତର୍ଜାତୀୟ ଶାନ୍ତି ପ୍ରତିଷ୍ଠାରେ ବାଧା ସୃଷ୍ଟି କରୁଥିବା ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ସବୁ ଦେଶ ହାତମିଳାଇବା ଆବଶ୍ୟକ ବୋଲି କହିଛି । ପହଲଗାମରେ ଆତଙ୍କବାଦୀ ଆକ୍ରମଣରେ 28 ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ପାଇଁ ପରିଷଦ ଦୁଃଖ ଓ ସମବେଦନା ପ୍ରକାଶ କରିଛି । 15 ସଦସ୍ୟ ରାଷ୍ଟ୍ର ବିଶିଷ୍ଟ ନିରାପତ୍ତା ପରିଷଦର ସଭାପତି ପ୍ରେସ ଇସ୍ତାହାରରେ ଏହା କହିବା ସହ ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ଦେଉଥିବା ରାଷ୍ଟ୍ର ଆନ୍ତର୍ଜାତୀୟ ଆଇନ ଓ ଆନ୍ତର୍ଜାତୀୟ ମାନବିକ ଅଧିକାର ଉଲ୍ଲଂଘନ ପାଇଁ ଦାୟୀ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here