ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଓ ଦୁଃଖଦ ଘଟଣା | ଏକା ସଂଗେ ଚାଲିଯାଇଛି ଦୁଇ ଦୁଇଟି ଜୀବନ | ଆମ୍ବୁଲାନ୍ସରୁ ତେଲ ସରିଯିବା ନେଇ ବାଟରେ ଆଖି ବୁଜିଛନ୍ତି ପ୍ରସୂତି | ମୃତକ ହାଣିଦା ଗାଁର ତୁଳସୀ ମୁଣ୍ଡା | ତୁଳସୀ ଗର୍ଭ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ପ୍ରଥମେ ବାଙ୍ଗିରିପୋଷି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା | ମାତ୍ର ବିଳମ୍ବିତ ରାତିରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କାର୍ଯ୍ୟରତ ଡାକ୍ତର ବାରିପଦା ପିଆର୍‌ଏମ୍‌ ମେଡିକାଲ କଲେଜକୁ ନେବା ପାଇଁ ପରାମର୍ଶ ଦେଇଥିଲେ | ତାଙ୍କୁ ଆମ୍ବୁଲାନ୍ସ ଯୋଗେ ନେବା ସମୟରେ ଅଧା ବାଟରେ କୁଳିଅଣା ପାଖାପାଖି ଆମ୍ବୁଲାନ୍ସରୁ ତେଲ ସରି ଯାଇଥିଲା | ଫଳରେ ପ୍ରସୂତି ମହିଳା ଆମ୍ବୁଲାନ୍ସ ମଧ୍ୟରେ ଅକଥନୀୟ ଯନ୍ତ୍ରଣା ଅନୁଭବ କରିଥିଲେ | ଅନ୍ୟପଟେ ଆମ୍ୱୁଲାନ୍ସ ଡ୍ରାଇଭର ଓ ମହିଳାଙ୍କ ସ୍ୱାମୀ ଅକ୍ଲାନ୍ତ ଚେଷ୍ଟା ପରେ ମଧ୍ୟ ଆଖପାଖ ଅଂଚଳରୁ ତେଲ ସଂଗ୍ରହ କରିପାରିନଥିଲେ | ସେପଟେ ଆଶା ଦିଦି ଅନ୍ୟ ଏକ ଆମ୍ବୁଲାନ୍ସ ସହ ଯୋଗାଯୋଗ କରିଥିଲେ | ମାତ୍ର ଆମ୍ବୁଲାନ୍ସ ଆସିବା ବେଳେକୁ ପ୍ରାୟ ଦେଢ଼ ଘଣ୍ଟା ବିଳମ୍ବ ହୋଇଯାଇଥିଲା | ପରେ ତାଙ୍କୁ ୧୦୮ ଆମ୍ୱୁଲାନ୍ସରେ ବାରିପଦା ଅଣାଯାଇଥିଲା | ତେବେ ସେତେବେଳକୁ ତୁଳସୀ ଓ ତାଙ୍କ ଛୁଆର ମୃତ୍ୟୁ ହୋଇଯାଇଥିଲା | ଏଭଳି ଦୁଖଦ ପୂର୍ଣ୍ଣ ଘଟଣା ଅନ୍ଚଳରେ ଶୋକାକୁଳ ପରିବେଶ ଖେଳାଇଦେଇଛି |

LEAVE A REPLY

Please enter your comment!
Please enter your name here