ରାଜଧାନୀରେ କଂଗ୍ରେସର ଶକ୍ତି ପ୍ରଦର୍ଶନ । ଦୀର୍ଘଦିନ ପରେ କଂଗ୍ରେସ ସେବାଦଳ ପକ୍ଷରୁ ଏକ ଶୃଙ୍ଖଳିତ ଶୋଭାଯାତ୍ରା ରାଜଧାନୀରେ ପରିକ୍ରମା କରିବା ପରେ କଂଗ୍ରେସ ଭବନରେ ପହଞ୍ଚିଥିଲା । ଏଥିରେ ରାଜ୍ୟର ପ୍ରାୟ ତିନିହଜାର କର୍ମୀ ଯୋଗ ଦେଇଥିଲେ । କଂଗ୍ରେସ ସେବାଦଳର 98 ତମ ପ୍ରତିଷ୍ଠା ଦିବସ ଅବସରରେ ଏହି ସଦଭାବନା ଯାତ୍ରା ଆୟୋଜନ କରାଯାଇଥିଲା । ସେବାଦଳ ଅଧ୍ୟକ୍ଷ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହକୁ ପ୍ରଦେଶ କଂଗ୍ରେସ ପ୍ରଭାରୀ ଏ. ଚେଲ୍ଲାକୁମାର ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।

LEAVE A REPLY

Please enter your comment!
Please enter your name here