ପର୍ଯ୍ୟବେକ୍ଷକ ତାଲିକାରୁ ବାଦ ପଡିଲେ ମନ୍ତ୍ରୀ ତଥା ଦଳର ବରିଷ୍ଠ ନେତା ସମୀର ରଞ୍ଜନ ଦାଶ, ଦେବାଶୀଷ ସାମନ୍ତରାୟ, ଚନ୍ଦ୍ର ସାରଥୀ ବେହେରା ଓ କଟକ ମେୟର ସୁବାସ ସିଂ । ଦଳର ବରିଷ୍ଠ ନେତା ସଞ୍ଜୟ ଦାସବର୍ମାଙ୍କୁ ବି କୌଣସି ଜିଲ୍ଲା ଦାୟିତ୍ବ ମିଳିନାହିଁ । ବିଜେଡି ବିଭିନ୍ନ ଜିଲ୍ଲା ପାଇଁ ପ୍ରକାଶ କରିଥିବା ସାନି ଜିଲ୍ଲା ପର୍ଯ୍ୟବେକ୍ଷକ ତାଲିକାରେ ଦଳ କିଛି ନେତାଙ୍କୁ ବାଦ ଦେବା ଏବଂ କିଛି ନେତାଙ୍କୁ ସାମିଲ କରିବା ନେତାମାନଙ୍କର ବିଶ୍ବସନୀୟତାର ମାପକାଠି ବୋଲି କୁହାଯାଉଛି । କିଛି ନେତାଙ୍କୁ ଆଦୌ ଜିଲ୍ଲା ଦାୟିତ୍ବ ମିଳି ନ ଥିବା ବେଳେ ଆଉ କିଛି ନେତାଙ୍କୁ ଦୁଇଟି ଲେଖାଁଏ ଜିଲ୍ଲା ମିଳିବା ଦଳୀୟ ସଂଗଠନରେ ସେମାନଙ୍କ ଗୁରୁତ୍ବ ପ୍ରମାଣିତ କରୁଛି ।
ଦୁଇଟି ଜିଲ୍ଲା ପାଇଥିବା ନେତାଙ୍କ ମଧ୍ୟରେ ଅଛନ୍ତି ପ୍ରମିଳା ମଲ୍ଲିକ, ପ୍ରଣବ ପ୍ରକାଶ ଦାସ, ଦିବ୍ୟଶଙ୍କର ମିଶ୍ର ଓ ଅତନୁ ସବ୍ୟସାଚି ନାୟକ ।
କିଛିଦିନ ଧରି ଦଳ ଭିତରେ ଗୁରୁତ୍ବ କମିଥିବା ପୂର୍ବତନ ମନ୍ତ୍ରୀ ତଥା ଦଳର ସାଧାରଣ ସମ୍ପାଦକ ଅରୁଣ ସାହୁଙ୍କୁ ଜଗତସିଂହପୁର ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ବ ଦେଇଛି । ସେହିପରି ଶାରଦା ନାୟକଙ୍କୁ ଝାରସୁଗୁଡ଼ା ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ବ ଦିଆଯାଇଛି । ଅନ୍ୟମାନଙ୍କ ମଧ୍ୟରେ ପ୍ରଶାନ୍ତ କୁମାର ମୁଦୁଲି-ଅନୁଗୁଳ, ପ୍ରତାପ ଦେବ- ବାଲେଶ୍ୱର, ସୁଧୀର ସାମଲ-ବରଗଡ଼, ପ୍ରଣବ ବଳବନ୍ତରାୟ-ଭଦ୍ରକ, ସୁଶାନ୍ତ ସିଂ- ବଲାଙ୍ଗିର ଓ ଦେବଗଡ଼, ଉଷା ଦେବୀ-କଟକ, ପ୍ରମିଳା ମଲ୍ଲିକ- ଢ଼େଙ୍କାନାଳ ଓ ଖୋର୍ଦ୍ଧା, ଅତନୁ ସବ୍ୟସାଚୀ ନାୟକଙ୍କୁ ଗଜପତି ଓ ରାୟଗଡ଼ା ଜିଲ୍ଲା ଦାୟିତ୍ବ ମିଳିଛି ।
ବିଜୟ ନାୟକଙ୍କୁ କନ୍ଧମାଳ, ପ୍ରଫୁଲ୍ଲ ମଲ୍ଲିକ- କେନ୍ଦ୍ରାପଡ଼ା, ପ୍ରଣବ ପ୍ରକାଶ ଦାସ- କେନ୍ଦୁଝର ଓ ମୟୂରଭଞ୍ଜ, ଦିବ୍ୟଶଙ୍କର ମିଶ୍ର- କୋରାପୁଟ ଓ ମାଲକାନଗିରି, ଈଶ୍ୱର ପାଣିଗ୍ରାହୀ -ନବରଙ୍ଗପୁର, ପଦ୍ମନାଭ ବେହେରା- ନୟାଗଡ଼ା, ଟୁକୁନି ସାହୁ- ନୂଆପଡ଼ା, ରଣେନ୍ଦ୍ର ପ୍ରତାପ ସ୍ୱାଇଁ-ପୁରୀ, ନଳିନୀକାନ୍ତ ପ୍ରଧାନ- ସମ୍ବଲପୁର, ପ୍ରୀତିରଞ୍ଜନ ଘଡ଼େଇ-ସୁନ୍ଦରଗଡ଼, ନବକିଶୋର ଦାସ-କଳାହାଣ୍ଡି, ପ୍ରଦୀପ କୁମାର ଅମାତ୍- ଗଞ୍ଜାମ, ସୌଭାଗ୍ୟ ନାୟକ- ବୌଦ୍ଧ, ଅଶୋକ ଚନ୍ଦ୍ର ପଣ୍ଡା- ଯାଜପୁର, ଶାରଦା ନାୟକଙ୍କୁ ଝାରସୁଗୁଡ଼ା ଓ ରୋହିତ ପୂଜାରୀଙ୍କୁ ସୋନପୁର ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ମିଳିଛି ।