ଭାରତୀୟ କ୍ରିକେଟର ଗୌତମ ଗମ୍ଭୀର ଆଗାମୀ 2019 ନିର୍ବାଚନରେ ଲଢିବା ନେଇ ଜାତୀୟ ଗଣମାଧ୍ୟମରେ ଖୁବ ଚର୍ଚ୍ଚା । ଗମ୍ଭୀର ବିଜେପିରେ ଯୋଗ ଦେଇ ରାଜନୀତିରେ ନିଜ ଭାଗ୍ୟ ପରୀକ୍ଷା କରିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । ଭାରତୀୟ ଜନତା ପାର୍ଟିକୁ ନିଜ ପାର୍ଟି ଭାବେ ବାଛିପାରନ୍ତି ଗୌତମ । 2019 ଲୋକସଭା ନିର୍ବାଚନରେ ଦିଲ୍ଲୀରୁ ନିର୍ବାଚନ ଲଢିପାରନ୍ତି ବୋଲି ନାନା କଳ୍ପନା ଜଳ୍ପନା ଚାଲୁଥିବା ବେଳେ ଗୌତମ କିମ୍ବା ବିଜେପି ଦଳ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ । କ୍ରିକେଟର ରାଜନୀତି ମୈଦାନକୁ ଓହ୍ଲାଇବା କିଛି ନୂଆ କଥା ନୁହେଁ । ପୂର୍ବରୁ ନବଜୋତ ସିଂ ସିଦ୍ଧୁ, ମହମ୍ମଦ ଆଝାରୁଦ୍ଦିନ, କିର୍ତ୍ତୀ ଆଜାଦ, ମହମ୍ମଦ କୈଫ, ପ୍ରବୀଣ ଖାନଙ୍କ ଭଳି କ୍ରିକେଟର ରାଜନୀତିରେ ସାମିଲ ହୋଇଛନ୍ତି ।

 

LEAVE A REPLY

Please enter your comment!
Please enter your name here