ଓଡିଆ ସାମ୍ବାଦିକାଙ୍କ ସହ ଦୁଇ ଅଟକ । ଅଟକ ଓଡିଆ ସାମ୍ବାଦିକା ଜଣଙ୍କ ହେଉଛନ୍ତି ଝାରସୁଗୁଡାର ଏସ୍ ସାକୁନିଆ ଏବଂ ଦିଲ୍ଲୀ ରୋହିଣୀ ଅଞ୍ଚଳର ସ୍ୱର୍ଣ୍ଣ ଝା । ଦିଲ୍ଲୀର ଏକ ନ୍ୟୁଜ୍ ପୋର୍ଟାଲରେ କାମ କରୁଥିବା ସାକୁନିଆ ଏବଂ ତାଙ୍କର ସହଯୋଗୀ ସ୍ୱର୍ଣ୍ଣ ଝା ରିପୋର୍ଟିଂ ପାଇଁ ତ୍ରିପୁରା ଯାଉଥିଲେ । ତେବେ ଗୌହାଟି ଅଭିମୁଖେ ଯାତ୍ରା କରୁଥିବାବେଳେ ଆସାମର କରିମଗଞ୍ଜରେ ପୋଲିସ ତାଙ୍କୁ ଅଟକ ରଖିଥିଲା । ଏହାପୂର୍ବରୁ ହିଂସାକୁ ଉସକାଇବା ଅଭିଯୋଗରେ ଗତକାଲି ସକାଳେ ତାଙ୍କୁ ତ୍ରିପୁରା ପୋଲିସ ଧାରା ୧୫୩ କରେ ନୋଟିସ ଜାରି କରିଥିଲା । ଅଗରତାଲା ପୋଲିସ ନିକଟରେ ବୟାନ ରେକର୍ଡ କରିବା ପାଇଁ କୁହାଯାଇଥିଲା । ରିପୋର୍ଟିଂ ପାଇଁ ଅଗରତାଲା ଯାଉଥିବା ସାକୁନିଆ ପୋଲିସ ନଜରରୁ ପୋଲିସ ନଜରରୁ ବର୍ତ୍ତିବା ପାଇଁ ରାସ୍ତା ବଦଳାଇ ଆସାମର ଗୌହାଟି ଯାତ୍ରା କରୁଥିଲେ ବୋଲି ପୋଲିସ କହିଛି । ଦୁଇ ମହିଳା ସାମ୍ବାଦିକ ରିପୋର୍ଟିଂ କରିଥିଲେ ଏବଂ ରିପୋର୍ଟିଂରେ ସେମାନେ କୁଆଡେ ଦୁଇଗୋଷ୍ଠୀ ମଧ୍ୟରେ ଧର୍ମକୁ ନେଇ ସାଂପ୍ରଦାୟିକ ବିଭେଦ ସୃଷ୍ଟି କରିବା ଭଳି ଖବର ପରିବେଷଣ କରିଥିଲେ । ବିଶ୍ବହିନ୍ଦୁ ପରିଷଦ ପକ୍ଷରୁ କାଞ୍ଚନ ଦାସ ସେମାନଙ୍କ ନାଁରେ ଏତଲା ରୁଜୁ କରିଥିବା ସେମାନେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here