ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଧମକ ଦେଲେ ଗତକାଲି ଛାତ୍ର କଂଗ୍ରେସ୍‌ରୁ ସସ୍‌ପେଣ୍ଡ୍ ହୋଇଥିବା ଇତୀଶ ପ୍ରଧାନ | ପିସିସି ସଭାପତିଙ୍କ ଉପରକୁ ଅଣ୍ଡା ମାଡ କରିବା ନେଇ ଦେଇଛନ୍ତି ଧମକ | ସେ ଯୁଆଡେ ବି ଯିବେ ତାଙ୍କୁ ବରୋଧ କରିଯିବା ସହ ତାଙ୍କ ଉପରକୁ ଅଣ୍ଡା ମାଡ କରାଯିବ ବୋଲି କହିଛନ୍ତି ଇତୀଶ | ଗତକାଲି ଛାତ୍ର କଂଗ୍ରେସ୍‌ରୁ ସସ୍‌ପେଣ୍ଡ୍ ହେବା ପରେ ପିସିସି ସଭାପତିଙ୍କ ଉପରେ ବର୍ଷିଛନ୍ତି ଇତୀଶ | ଏବେ ସମୟ ପିସିସି ସଭାପତିଙ୍କ ନିଦ ହଜେଇବାର, ସେ ନିଜ ଭାଇ ସହ ମିଶି ଦଳର ଟିକେଟକୁ ବିକ୍ରି କରିଛନ୍ତି | ସେ କହିଛନ୍ତି, “ମୋତେ ବହିଷ୍କାର କରିବାର ଅଧିକାର କେବଳ ଏନ୍‌ଏସ୍‌ୟୁଆଇର ସଭାପତିଙ୍କର ରହିଛି । ସେହିଭଳି ଏନ୍‌ଏସ୍‌ୟୁଆଇର ସଭାପତି କିମ୍ୱା ଇନ୍‌ଚାର୍ଜ କେବଳ ମୋତେ ସସ୍‌ପେଣ୍ଡ କରିପାରିବେ । ମୋ ନିଲମ୍ବନ ବିଷୟରେ ଏନ୍‌ଏସ୍‌ୟୁଆଇ ସଭାପତି ମଧ୍ୟ ଜାଣିନାହାନ୍ତି । ଯେଉଁମାନେ କଂଗ୍ରେସକୁ ବିକ୍ରି କରୁଛନ୍ତି ମୁଁ ସେମାନଙ୍କ ଚେହେରା ସମସ୍ତଙ୍କ ଆଗରେ ପ୍ରକାଶ କରିବି | “ମୁଁ କଂଗ୍ରେସ ଦଳକୁ ବହୁତ ଭଲ ପାଏ । କଂଗ୍ରେସ ମୋ’ ପରିବାର । ଯିଏ ବି ମୋ ପରିବାରର ଅନିଷ୍ଠ ଚିନ୍ତା କରିବ ତାଙ୍କୁ ମୁଁ କେବେ ସହ୍ୟ କରିବି ନାହିଁ | ମୁଁ କଂଗ୍ରେସ ବିରୋଧରେ କେବେ କିଛି କହି ନାହିଁ । ମୁଁ ବ୍ୟକ୍ତିବିଶେଷଙ୍କ ଉପରେ କହିଥିଲି। କଂଗ୍ରେସର ବିଚାରଧାରା ସହ ଜଡ଼ିତ ହୋଇ ମୁଁ ରାଜନୀତି କରୁଛି। ଆଗକୁ ମଧ୍ୟ କରିବି । ସମସ୍ତ କଂଗ୍ରେସ ଲୋକଙ୍କ ପ୍ରତି ମୋର ସମ୍ମାନ ରହିଛି।” ସେ ଆହୁରି କହିଛନ୍ତି, “ନିର୍ବାଚନ ପୂର୍ବରୁ କଂଗ୍ରେସ ଭବନରେ ଭଙ୍ଗାରୁଜା କରାଇଥିବା ବ୍ୟକ୍ତିବିଶେଷଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଲା ନାହିଁ । ଓଲଟା ସେମାନଙ୍କୁ ଟିକେଟ୍ ଦିଆଗଲା |
ସୂଚନାଯୋଗ୍ୟ, ଗତ ୧୨ ତାରିଖରେ ପିସିସି ନିରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ଏକ ସାମ୍ୱାଦିକ ସମ୍ମିଳନୀ ଡକାଇ ଇତୀଶ ପ୍ରଧାନ ବିଷ ଓଗାଳିଥିଲେ | କଡା ଭାଷାରେ ପିସିସି ସଭାପତିଙ୍କୁ ତାଚ୍ଛଲ୍ୟ କରିଥିଲେ | “ନିରଞ୍ଜନଙ୍କ ନିଦ ହଜାଇ ଦିଆଯିବା ସହ ତାଙ୍କୁ ଆଉ ରାଜ୍ୟରେ ପୂରାଇ ଦିଆଯିବ ନାହିଁ ବୋଲି କହିଥିଲେ ଇତୀଶ | ଅପରପକ୍ଷରେ ଇତୀଶଙ୍କ ଏହି ଅଭିଯୋଗର କଡ଼ା ପ୍ରତିକ୍ରିୟା ରଖିଥିଲେ ନିରଞ୍ଜନ। ସେ କହିଥିଲେ, “ଇତୀଶ ହତୋତ୍ସାହିତ ହୋଇ ପିଲାଳିଆମି କରୁଛନ୍ତି |

LEAVE A REPLY

Please enter your comment!
Please enter your name here