୧୦ ଦଫା ଦାବି ପୁରଣ ନେଇ ବାଣୀବିହାର ବିଶ୍ୱବିଦ୍ୟାଳୟ ଅଶାନ୍ତ | ମୁହାଁମୁହିଁ ହେଲେ ଶତାଧିକ ଛାତ୍ରଛାତ୍ରୀ ଓ ପୁଲିସ | ଶତାଧିକ ଛାତ୍ରଛାତ୍ରୀମାନେ ଏକତ୍ରିତ ହୋଇ କୁଳପତିଙ୍କ ଅଫିସକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ | ଛାତ୍ରଛାତ୍ରୀ ମାନଙ୍କର ୧୦ ଦଫା ଦାବି ହେଲା ରାଜା ହୋଟେଲ ନିକଟରେ ମୁଖ୍ୟ ପ୍ରବେଶ ଫାଟକ ନିର୍ମାଣ, ସମସ୍ତ ବିଭାଗର ଏକ ସମୟରେ ପରୀକ୍ଷା, ୪୫ ଦିନ ମଧ୍ୟରେ ଫଳ ପ୍ରକାଶ, ଗତ ୨ ବର୍ଷ ହେବ ପ୍ରବେଶିକା ପରୀକ୍ଷା ଫି, ହଷ୍ଟେଲ ଫି ଓ ମାଇଗ୍ରେସନ ଫି ବୃଦ୍ଧି ପାଇଥିବାରୁ ଅହେତୁକ ଫି ବୃଦ୍ଧିକୁ ରୋକିବା ଆଦି ଦାବି ପୁରଣ ନେଇ ଉତେଜନା ପ୍ରକାଶ ପାଇଥିଲା | ବର୍ତ୍ତମାନ ମୁଖ୍ୟ ଫାଟକ ସାମ୍ନାରେ ଜାତୀୟ ରାଜପଥ ଉପରେ ଓଭର ବ୍ରିଜ ହୋଇଥିବାରୁ ଛାତ୍ରଛାତ୍ରୀ, ଅଧ୍ୟାପକ ଏବଂ ବିଶ୍ୱବିଦ୍ୟାଳୟ କର୍ମଚାରୀ ଭୁଲ୍‌ ରୁଟ୍‌ରେ ବିଶ୍ୱବିଦ୍ୟାଳୟକୁ ପ୍ରବେଶ କରୁଛନ୍ତି । ଫଳରେ ବାରମ୍ବାର ଦୁର୍ଘଟଣାର ଶିକାର ହେଉଛନ୍ତି | ତେଣୁ ଏହାକୁ ପରିବର୍ତ୍ତନ ଲାଗି ଛାତ୍ରଛାତ୍ରୀମାନେ ଦାବି କରିଛନ୍ତି | ପୋଲିସ ଉତ୍ୟକ୍ତ ଛାତ୍ରଛାତ୍ରୀଙ୍କୁ ବୁଝାସୁଜା କାରିବା ନେଇ ଉଦ୍ୟମ ଚଳାଇଥିବା ବେଳେ, ଛାତ୍ରଛାତ୍ରୀମାନେ ଧାରଣା ଦେଇଥିବା ଦେଖିବାକୁ ମିଳିଛି | ବିଶ୍ୱବିଦ୍ୟାଳୟର ସମସ୍ତ ବିଭାଗ ବନ୍ଦ ରହିବା ସହିତ ମୁଖ୍ୟଫାଟକ ବନ୍ଦ ରହିବ ବୋଲି ଛାତ୍ରଛାତ୍ରୀମାନେ ଏକ ମିଳିତ ପ୍ରେସ ବିବୃତି ଜାରି କରିଛନ୍ତି |

LEAVE A REPLY

Please enter your comment!
Please enter your name here