ଯେବେଠାରୁ ବିଜୁ ଯୁବ ବାହିନୀ ଗଠନ ହୋଇଛି ଏବଂ ଅରୂପ ପଟ୍ଟନାୟକ ଏହାର ମୁଖ୍ୟ ହୋଇଛନ୍ତି, ସେବେଠାରୁ ସାରା ରାଜ୍ୟରେ ଗୁଣ୍ଡାଗିରି ବଢିଚାଲିଛି ବୋଲି ଓଡିଶା ପ୍ରଦେଶ ଛାତ୍ର କଂଗ୍ରେସ ଅଭିଯୋଗ କରିଛି. ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଇତିଶ୍ ପ୍ରଧାନ କହିଛନ୍ତି ଯେ, ନିକଟରେ ଭୁବନେଶ୍ୱରରେ ଗିରଫ ହୋଇଥିବା ଜ୍ୟୋତିରଞ୍ଜନ ବେହେରା ଓରଫ୍ ଗୋଲଡେନ ବାବା ବିଜୁ ଜନତା ଦଳର ସକ୍ରୀୟ କର୍ମୀ ଥିଲେ. ତାଙ୍କ ଦ୍ୱାରା ଆୟୋଜନ କରାଯାଉଥିବା ବହୁ ସଭା ଓ କାର୍ଯ୍ୟକ୍ରମରେ ବହୁ ମନ୍ତ୍ରୀ ଓ ନେତା ଯୋଗ ଦେଇ ତାଙ୍କୁ ପ୍ରୋତ୍ସାହିତ କରୁଥିଲେ. ଏହି ଘଟଣାକୁ ଦୃଷ୍ଟିରେ ରଖି ବିଜୁ ଯୁବ ବାହିନୀକୁ ଦିଆଯାଉଥିବା ସମସ୍ତ ସରକାରୀ ଅନୁଦାନକୁ ତୁରନ୍ତ ବନ୍ଦ କରାଯାଉ ବୋଲି ସେ ଦାବି କରିଛନ୍ତି.

 

LEAVE A REPLY

Please enter your comment!
Please enter your name here