ମହିଳା ସଶକ୍ତିକରଣ କ୍ଷେତ୍ରରେ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ନେତ୍ରୀ ଅପରାଜିତା ଷଡଙ୍ଗୀ । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଉପରେ ଖୁବ୍ ବର୍ଷିଛନ୍ତି ଅପରାଜିତା । ମହିଳା ସଶକ୍ତିକରଣ ନାଁ ରେ ରାଜ୍ୟ ସରକାର ଖାଲି ଡେଙ୍ଗୁରା ପିଟୁଛନ୍ତି ବୋଲି ସେ ଆରୋପ ଲଗାଇଛନ୍ତି । ମହିଳା ସ୍ୱଂୟ ସହାୟକ ଗୋଷ୍ଠୀକୁ ଆର୍ଥିକ ସହାୟତା ଦେବା ପାଇଁ ପୂର୍ବବର୍ଷ ବଜେଟରେ ବ୍ୟୟ ବରାଦ ନ ଥିବା ବେଳେ ଚଳିତବର୍ଷ ସରକାର ବଜେଟରେ ୫ଶହ କୋଟି ଟଙ୍କା ବ୍ୟୟବରାଦ କରିବା କେବଳ ନିର୍ବାଚନ ପାଇଁ ଉଦ୍ଦିଷ୍ଟ ବୋଲି ସେ କହିଛନ୍ତି । ସେହିପରି ମହିଳା ସଶକ୍ତିକରଣ ପାଇଁ ୫ଶହ ୫୦ କୋଟି ଟଙ୍କା ରଖାଯାଇଛି । ମହିଳା ଭୋଟ ହାତେଇବା ପାଇଁ ସରକାର ଏମିତି କରିଛନ୍ତି କି ବୋଲି ସେ ପ୍ରଶ୍ନ କରିଛନ୍ତି । ଅର୍ଥ, ସ୍ୱାସ୍ଥ୍ୟ, ସ୍ୱଚ୍ଛତା ଏବଂ ମହିଳାଙ୍କ ବିରୋଧରେ ଅପରାଧ ପ୍ରସଙ୍ଗକୁ ନେଇ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ସେ ।

LEAVE A REPLY

Please enter your comment!
Please enter your name here