ଗୁରୁବାର ବରିଷ୍ଠ ନେତା ଦାମୋଦର ରାଉତ ବିଜେପରେ ମିଶିଛନ୍ତି । ଗୋଟିଏ ପଟେ ପୁଅ ସମ୍ବିତଙ୍କୁ ପାରାଦୀପରୁ ପ୍ରାର୍ଥୀ କରିବାକୁ ବିଜେଡି ଚାହୁଁଥିବା ବେଳେ ଏବେ ତାଙ୍କ ଝିଅ ପ୍ରୀତିନନ୍ଦା ବିଜେଡିରୁ ଇସ୍ତଫା ଦେଇଛନ୍ତି। ପ୍ରୀତିନନ୍ଦା ଭୁବନେଶ୍ଵରର ଓ୍ଵାର୍ଡ ନମ୍ବର ୬ର କର୍ପୋରେଟର ଥିଲେ। ବ୍ୟକ୍ତିଗତ କାରଣ ଦର୍ଶାଇ ସେ ଇସ୍ତଫା ଦେଇଥିବା କହିଛନ୍ତି। ବିଜେଡି ଛାଡିବା ପରେ ସେ ତାଙ୍କ ଆଭିମୁଖ୍ୟ କଣ ରହିବ ତାହା ଏବେ ବଡ ପ୍ରଶ୍ନ ସୃଷ୍ଟି ହେଇଛି ।