ବିଜେଡିରୁ ଇସ୍ତଫା ଦେଇଛନ୍ତି କାକଟପୁର ପୂର୍ବତନ ବିଧାୟକ ରବି ମଲ୍ଲିକ । ଏହା ସହ ସେ ଯୋଜନା ବୋର୍ଡ ସଦସ୍ୟ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି । ରବି ମଲ୍ଲିକ ୨୦୦୯ରୁ ୨୦୧୪ଯାଏଁ ବିଜେଡି ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ପୂର୍ବତନ ବିଧାୟକ ରବି ମଲ୍ଲିକ ନିଜ ଇସ୍ତଫା ପତ୍ର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇଦେଇଛନ୍ତି । ଦଳୀୟ ଅସନ୍ତୋଷ କାରଣରୁ ସେ ବିଜେଡି ଛାଡ଼ିଥିବା ଉଲ୍ଲେଖ କରିଛନ୍ତି । ତାଙ୍କ ପ୍ରତି ଅବିଚାର ହୋଇଥିବା ରବି ମଲ୍ଲିକ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here