ଭୁବନେଶ୍ୱର ସହରରେ ଆଉ ୧୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୭ରୁ ୫ କ୍ୱାରେଣ୍ଟିନ ରୁ ଚିହ୍ନଟ ହୋଇଥିବାବେଳେ ୧୦ ଲୋକାଲ କଣ୍ଟାକ୍ଟ କେସ୍ ରହିଛି । ଏବଂ ୨ କୋଭିଡ ଯୋଦ୍ଧା ମଧ୍ୟ ରହିଛନ୍ତି । ୧୦ ଲୋକାଲଙ୍କ ମଧ୍ୟରୁ ଡୁମଡୁମା ରଘୁନାଥନଗର ବସ୍ତିରୁ ଜଣେ ପୁରୁଷ, ଜଣେ ମହିଳା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ପଟିଆ ଜଗନ୍ନାଥ ମନ୍ଦିର ନିକଟରୁ ଜଣେ ୬୩ ବର୍ଷୀୟ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ବିଜେବି ନଗର ପାଣିଟାଙ୍କି ବସ୍ତିରୁ ଜଣେ ୨୩ ବର୍ଷୀୟ ପୁରୁଷ ଚିହ୍ନଟ ହୋଇଛନ୍ତି । ଅନ୍ଧାରୁଆ ଦାସପୁରରୁ ଜଣେ, ଶତାଦ୍ଦୀନଗର ଲେନ୍‌-୧ରୁ ଜଣେ ମହିଳା ଚିହ୍ନଟ ହୋଇଛନ୍ତି । ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଜଣେ ମହିଳା ପଜିଟିଭ ଚିହ୍ନଟ ହୋଇଛନ୍ତି । ଚକେଇସିଆଣିରୁ ଜଣେ ୬୭ ବର୍ଷୀୟ ବ୍ୟକ୍ତି ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏକ ସରକାରୀ ହସ୍ପିଟାଲର ୨ ଜଣ ପୁରୁଷ କର୍ମଚାରୀ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here