ବିଧାନସଭା ନିର୍ବାଚନ ପାଇଁ ଆରମ୍ଭ ହୋଇଗଲାଣି ସଜବାଜ. ଟିକେଟ ପାଇବା ପାଇଁ ନେତାଙ୍କ ପାଖରେ ଚାଲିଛି ଜୋରଦାର ଲବି. ଅନ୍ୟଦଳ ଅପେକ୍ଷା କ୍ଷମତାସୀନ ବିଜୁ ଜନତା ଦଳରେ ଟିକେଟ ପାଇଁ ଆଶାୟୀ ପ୍ରାର୍ଥୀଙ୍କ ସଂଖ୍ୟା ଅଧିକ. ସେଥିପାଇଁ ଷ୍ଟ୍ରାଟେଜୀ ତିଆରି କରୁଛନ୍ତି ଆଶାୟା ପ୍ରାର୍ଥୀ. ଉତ୍ତର ଭୁବନେଶ୍ବର ବିଧାନସଭା ନିର୍ବାଚନମଣ୍ଡଳୀରେ ନିଜର ସଂଗଠନ ଓ ଲୋକସଂପର୍କ ପାଇଁ ଟିକେଟ ପାଇବାକୁ ଆଶାୟୀ ଅଛନ୍ତି କର୍ପୋରେଟର ପ୍ରୀତିନନ୍ଦା ରାଉତରାୟ. ବାପା ଡାକ୍ତର ଦାମୋଦର ରାଉତରାୟ ବିଜେଡିରୁ ବିତାଡିତ ହୋଇଥିଲେ ହେଁ ବିଜେଡି କର୍ପୋରେଟର ଭାବେ ସେ କାର୍ଯ୍ୟ କରିଆସୁଛନ୍ତି.  ତେବେ ପ୍ରୀତିନନ୍ଦାଙ୍କୁ ଦଳ ଟିକେଟ ଦେଉ କି ନଦେଉ, ତାଙ୍କ ସହ ରହିବା ପାଇଁ ସାତ କର୍ପୋରେଟର ଶପଥ ନେଇଛନ୍ତି. ସାଇବାବାଙ୍କ ନାଁରେ ଏହି କର୍ପୋରେଟମାନେ ସଂକଳ୍ପ କରିଛନ୍ତି, ସେମାନେ ଯାହା ହେଲେ ବି ପ୍ରୀତିନନ୍ଦାଙ୍କ ସହ ରହିବେ.

LEAVE A REPLY

Please enter your comment!
Please enter your name here