କର୍ଣ୍ଣାଟକର ରାଜନୈତିକ ହାଇଡ୍ରାମାର ଅନ୍ତ ହେଲା । କୁମାରସ୍ୱାମୀଙ୍କ ସରକାର ଭାଙ୍ଗିଲା ଏବଂ ୟେଦୁରପ୍ପା କର୍ଣ୍ଣାଟକର ନୂତନ ମୁଖ୍ୟମନ୍ତ୍ରୀ ହେଲେ । କର୍ଣ୍ଣାଟକ ହାଇଡ୍ରାମାରେ ମୁଖ୍ୟ ଭୂମିକା ଥିବା କୁମାରସ୍ୱାମୀଙ୍କ ସରକାର ସମୟରେ ଥିବା ବାଚସ୍ପତି ରମେଶ କୁମାରଙ୍କ କାର୍ଯ୍ୟାବଳୀକୁ ନେଇ ଚର୍ଚ୍ଚା ଲାଗିରହିଥିଲା । ତେବେ କୁମାରସ୍ୱାମିଙ୍କ ସରକାର ବିଧାନସଭାରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେଇନପାରିବାରୁ କୁମାରସ୍ୱାମୀଙ୍କ ସରକାର ଭାଙ୍ଗିଯାଇଥିଲା ଏବଂ ବାଚସ୍ପତି ରମେଶ କୁମାର ଇସ୍ତଫା ଦେଇଥିଲେ । ଭାରତୀୟ ଜନତା ପାର୍ଟିର ଅଧକ୍ଷ ବିଏସ୍ ୟେଦୁରପ୍ପା ନୂଆ ସରକାର ଗଠନ କରିବା ପରେ ବିଶ୍ୱେଶ୍ୱର ହେଗଡେଙ୍କୁ ନୂତନ ବିଧାନସଭା ଅଧ୍ୟକ୍ଷ ଭାବରେ ମନୋନୀତ କରାଯାଇଛି । ହେଗଡେ ମଙ୍ଗଳବାର ଦିନ ନାମାଙ୍କନ ପତ୍ର ଦାଖଲ କରିଥିଲେ । ସେ ବିଜେପିର ଜଣେ ବରିଷ୍ଠ ବିଧାୟକ । ନିଜର ରାଜନୈତିକ କ୍ୟାରିଅର ମଧ୍ୟରେ ସେ ୬ଥର ବିଧାୟକ ରହି ସାରିଛନ୍ତି । ତେବେ ସୋମବାର ରମେଶ କୁମାର ପଦବୀରୁ ଇସ୍ତଫା ଦେବା ପରେ ବିଶ୍ୱେଶ୍ୱର ହେଗଡେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ସେ ବିନା ପ୍ରତିଦ୍ୱନ୍ଦୀରେ ବିଜୟୀ ହୋଇଥିଲେ । ବିଶ୍ୱେଶ୍ୱର ହେଗଡେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଜଣେ ସକ୍ରିୟ ସଦସ୍ୟ ଥିଲେ । ଏହାପରେ ସେ ରାଜନୈତିକ ମଇଦାନରେ ଓହ୍ଲାଇଥିଲେ । ହେଗଡେ ୧୯୯୪ରେ କର୍ଣ୍ଣାଟକର ଅଙ୍କୋଲା ବିଧାନସଭା ଆସନରୁ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ । ଏହାପରେ ତାଙ୍କର ରାଜନୈତିକ ଯାତ୍ରା କେବେ ଅଟକି ନଥିଲା । ସେ ପ୍ରାଥମିକ ଏବଂ ମାଧ୍ୟମିକ ଶିକ୍ଷାମନ୍ତ୍ରୀ ଭାବରେ କାର୍ଯ୍ୟଭାର ସମ୍ଭାଳି ସାରିଛନ୍ତି ।

LEAVE A REPLY

Please enter your comment!
Please enter your name here