ପଶ୍ଚିମବଙ୍ଗ ରାଜଧାନୀ କୋଲକାତାର କେନିଙ୍ଗ ଷ୍ଟ୍ରିଟସ୍ଥିତ ବାଗ୍ରି ମାର୍କେଟରେ ଏକ ବଡ ଧରଣର ନିଆଁ ଲାଗିଛି । ଏଥିରେ କୋଟି କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି । ସୁଚନାଅନୁସାରେ ବିଳମ୍ବିତ ରାତି ୨ଟା ୪୫ରେ ପାଞ୍ଚ ମହଲା ବିଶିଷ୍ଟ ମାର୍କେଟରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା । ଧିରେ ଧିରେ ଏହା ସମଗ୍ର ବିଲଡିଂକୁ ବ୍ୟାପି ଯାଇଥିଲା । ଏଥିରେ ପାଖାପାଖି ୧୭୦ଟି ଦୋକାନ ପୋଡି ପାଉଁଶ ହୋଇଯାଇଥିବା କୁହାଯାଉଛି । ୩୦ଟି ଦମକଳ ଗାଡି ଘଟଣାସ୍ଥଳରେ ପହଁଞ୍ଚି ନିଆଁ ଲିଭା କାର୍ଯ୍ୟ ଜାରି ରଖିଛନ୍ତି । ଏଥିରେ ଏପର୍ଯ୍ୟନ୍ତ କେହି ମୃତାହତ ହୋଇଥିବା ସୂଚନା ମିଳିନାହିଁ । ଅନ୍ୟପଟେ ନିଆଁ ଲାଗିବାର କାରଣ ଏବେବି ଅସ୍ପଷ୍ଟ ରହିଛି ।

LEAVE A REPLY

Please enter your comment!
Please enter your name here