କେନ୍ଦ୍ରାପଡାର ପୂର୍ବତନ ସାଂସଦ ତଥା ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ଉପରେ ପୁଣି ବର୍ଷିଛି ବିଜେଡି । ସେ କେନ୍ଦ୍ରାପଡାବାସୀଙ୍କୁ ଲଗାତାର ଠକି ଚାଲିଛନ୍ତି ବୋଲି ଆରୋପ ଲଗାଇ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର, ଲେଲିନ ମହାନ୍ତି ଓ ସୁଲତା ଦେଓ କହିଛନ୍ତି, ଚଳିତ ନିର୍ବାଚନରେ ସେ ଦାଖଲ କରିଥିବା ସତ୍ୟପାଠରେ ମିଛ ତଥ୍ୟ ରହିଛି । ବୈଜୟନ୍ତ ଇମ୍ପାର ଭାଇସ୍ଚେୟାରମ୍ୟାନ୍ ଥିଲା ବେଳେ ଦରମା ଆକାରରେ ସେ ଦୁଇ କୋଟିରୁ ଉର୍ଦ ଟଙ୍କା ନେଉଥିବା ସତ୍ୟପାଠରେ ଉଲ୍ଲେଖ କରି ନାହାନ୍ତି । ସେ ଏଭଳି କରି ବାରମ୍ବାର ଓଡିଶା ଏବଂ କେନ୍ଦ୍ରାପଡାବାସୀଙ୍କୁ ଠକି ଚାଲିଛନ୍ତି । କିନ୍ତୁ ସବୁ ଜାଣି ବି ବିଜେପି ଚୁପ୍ ରହିଛି ବୋଲି ଅଭିଯୋଗ କରିବା ସହ ବିଜେପି ଓ ବୈଜୟନ୍ତଙ୍କ ଭିତରେ ଭିତିରି ବୁଝାମଣା ଅଛି ବୋଲି ତିନି ନେତା କହିଛନ୍ତି । ଯେଉଁ ବ୍ୟକ୍ତି ସତ୍ୟପାଠରେ ମିଛ ତଥ୍ୟ ଲେଖନ୍ତି ସେ କେନ୍ଦ୍ରାପଡାବାସୀଙ୍କର କି ଉନ୍ନତି କରିବେ ବୋଲି ପ୍ରଶ୍ନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here