ରାଜନିତୀରେ ଯୋଗଦେଲେ ଭାରତର ପ୍ରଥମ ମିସ ଇଣ୍ଡିଆ କିନ୍ନର ବୀଣା ସିନ୍ଦ୍ରେ । ଛତିଶଗଡରେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦେଇ ସେ କହିଛନ୍ତି, ମହିଳା ଓ କିନ୍ନର ଗୋଷ୍ଠୀ ମାନଙ୍କ ଉନ୍ନତି ପାଇଁ ସେ କିଛି କରିବାକୁ ଚାହୁଁଛନ୍ତି । ରାଜନୀତିରେ କିନ୍ନରଙ୍କ ଯୋଗଦାନକୁ ଯଦିଓ କେହି ସହଜରେ ଗ୍ରହଣ କରି ନଥାନ୍ତି, ମାତ୍ର ସେ ରାଜନୀତି କରିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି. ଜାତୀୟ କଂଗ୍ରେସ ହେଉଛି ପୁରୁଣା ରାଜନୈତିକ ଦଳ, ଯେଉଁଠି କି ସେ ତାଙ୍କର ସ୍ୱପ୍ନ ପୂରା କରିବାକୁ ପ୍ରୟାସ କରିବେ.  କିନ୍ନରମାନଙ୍କ ପାଇଁ ସବୁବେଳେ ସମାଜର ଏକ ପ୍ରକାରର କଟାକ୍ଷ ଦୃଷ୍ଟି ଓ ହାସ୍ୟାସ୍ପଦ ହେବାର ଡର ରହିଥାଏ । ଗତମାସରେ ସଂସଦରେ ଟ୍ରାନସଜେଣ୍ଡର ବିଲକୁ ରଦ୍ଦ କରିଦିଆଯିବା ଏବଂ କିନ୍ନରଙ୍କ ବିରୁଦ୍ଧରେ ନାରା ଦିଆଯିବା ନେଇ ସେ ତାଙ୍କ କ୍ଷୋଭ ପ୍ରକାଶ କରିଛନ୍ତି. ସେ ନିଜକୁ ଯେତିକି ସୁରକ୍ଷିତ ରଖିବାକୁ ଚାହାଁନ୍ତି, ତା ଠାରୁ ଅଧିକ କିନ୍ନରଙ୍କ ଅଧିକାରକୁ ରକ୍ଷା କରିବାକୁ ଚାହାନ୍ତି ବୋଲି କହିଛନ୍ତି । ସଂସଦକୁ ପଠାଇବା ପାଇଁ ସେ ନିଜର କିଛି ସୁଟିଂ ଓ ଆରାମଦାୟକ ଫଟୋ ଉଠାଇଛନ୍ତି ବୋଲି ପ୍ରକାଶ କରିଛନ୍ତି. କଂଗ୍ରେସ ଟ୍ବିଟ କରି କହିଛି, ମିସ ଇଣ୍ଡିଆ କିନ୍ନର ନିଜର ବିଶ୍ୱାସ ବ୍ୟକ୍ତ କରିବା ପାଇଁ ଦଳରେ ଯୋଗ ଦେଇଛି ।

LEAVE A REPLY

Please enter your comment!
Please enter your name here