ରାଫେଲଠୁ ରାମ ମନ୍ଦିର, ତିନ୍ ତଲାକଠୁ ସାବରିମାଳା ପର୍ଯ୍ୟନ୍ତ ବିଭିନ୍ନ ପ୍ରସଙ୍ଗରେ ଉତ୍ତର ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି.

  • ରାଫେଲ ଡିଲରେ ସମସ୍ୟା କଣ ?

ମୋଦି – ରାଫେଲକୁ ନେଇ ଯାହାବି ଆରୋପ ରହିଛି, ତାହା ବ୍ୟକ୍ତିଗତ ନୁହେଁ. ବିରୋଧୀ ସରକାରଙ୍କ ଉପରେ ଆରୋପ ଲଗାଇଛନ୍ତି. ରାଫେଲକୁ ନେଇ ମୁଁ ସଂସଦ ଏବଂ ସଭାରେ ବିସ୍ତାର ରୂପେ ବର୍ଣ୍ଣନା କରିଛି. ସୁପ୍ରିମକୋର୍ଟ ମଧ୍ୟ ଏ ବିଷୟରେ ସଫା ସଫା ରାୟ ଶୁଣାଇ ଦେଇଛନ୍ତି. ଫ୍ରାନ୍ସ ରାଷ୍ଟ୍ରପତି ଓ ଭାରତ ପ୍ରଧାନମନ୍ତ୍ରୀ ବି ଜବାବ ଦେଇସାରିଛନ୍ତି. ଏବେ ସାମ୍ନାରେ ଥିବା ଲୋକ ଉପରେ ଆରୋପ ଲଗାଯିବା ଦରକାର. କେବଳ ପଥର ମାରି ପଳାୟନ କରିବ ଉଚିତ୍ ନୁହେଁ.

  • ଏତେ ମାତ୍ରାରେ ବିଦେଶ ଯାତ୍ରା କଣ ପାଇଁ ?

ମୋଦି – ଖାଲି ମୁଁ ନୁହେଁ, ବରଂ ସବୁ ପ୍ରଧାନମନ୍ତ୍ରୀ ବିଦେଶ ଯାଆନ୍ତି. ଏମିତି ବହୁତ କିଛି ସମ୍ମିଳନୀ ରହିଥାଏ, ଯେଉଁଥିପାଇଁ ଯିବା ଜରୁରୀ ହୋଇଥାଏ. ମୋ ହିସାବରେ ମୁଁ ଯେଉଁଠିକି ଯାଏ, ତା ପାଖ ଦେଶକୁ ମଧ୍ୟ ଯାଏ, ଫଳରେ ସମୟ ଓ ପଇସା ଉଭୟ ବଞ୍ଚିଯାଏ.

  • ସର୍ଜିକାଲ ଷ୍ଟ୍ରାଇକ୍ ଉପରେ କଣ ମତ ?

ମୋଦି – ମୋ ମତରେ ସର୍ଜିକାଲ ଷ୍ଟ୍ରାଇକ୍ ଉପରେ ରାଜନୀତି ହେବା ଉଚିତ୍ ନୁହେଁ. ଷ୍ଟ୍ରାଇକ୍ ହେବା ପରେ କୌଣସି ମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଏହା ଉପରେ ନିଜ ମତ ରଖିନାହାନ୍ତି.

  • ତିନ୍ ତଲାକ୍ ବିଲ୍ ଓ ସାବରିମାଳା ?

ମୋଦି– କହିବାକୁ ଗଲେ ଇସଲାମିକ୍ ଦେଶରେ ତିନ୍ ତଲାକ୍ ନ ଥାଏ. ଅର୍ଥାତ୍ ଏହା ଧର୍ମର ଏକ ଅଂଶ ନୁହେଁ. ଏହା କେବଳ ଲିଙ୍ଗ ଭେଦଭାବ ମାମଲା. ଯଦି ସାବରାମାଳା କଥା କୁହାଯାଏ, ତେବେ ଦେଶରେ ଏମିତି କିଛି ମନ୍ଦିର ଅଛି, ଯେଉଁଠି ପୁରୁଷ କିମ୍ବା ସ୍ତ୍ରୀ କେହି ପ୍ରବେଶ କରନ୍ତି ନାହିଁ.

  • ସାମ୍ବିଧାନିକ ସଂସ୍ଥା ଉପରେ ସରକାରଙ୍କ ଚାପ ରହିଛି କି ?

ମୋଦି – ପିଏମଓ ବିପକ୍ଷରେ କଂଗ୍ରେସ ଏନଏସଇ ନିର୍ମାଣ କରିଥିବାରୁ କଂଗ୍ରେସକୁ ଏହି ମାମଲାରେ କହିବାର କୌଣସି ଅଧିକାର ନାହିଁ.  ଅନ୍ୟପଟେ ସିବିଆଇ ବିବାଦ ହେଉଛି ବ୍ୟକ୍ତିଗତ ମାମଲା. ଆମେ ସେମାନଙ୍କୁ ଛୁଟି ଦେଇଥିଲୁ. ଆଉ ଯଦି ଆରବିଆଇ କଥା କୁହାଯାଏ, ତାହେଲେ ଉର୍ଜିତ ପଟେଲ ନିଜ ଇଚ୍ଛାରେ ପଦ ଛାଡିଥିଲେ.

  • କୃଷକଙ୍କ ଋଣ ଛାଡ

ମୋଦି- ମିଛ କହିବା ଏବଂ ଲୋକଙ୍କୁ ଭ୍ରମରେ ପକାଇବା ଏକ ଲଲିପପ୍. କଂଗ୍ରେସ ସମସ୍ତଙ୍କ ଋଣ ଛାଡ କରିନାହିଁ. ଯେଉଁମାନେ ବ୍ୟାଙ୍କ ଲୁଟ କରି ଆନନ୍ଦ କରିଥିଲେ, ଆମେ ଆଇନ ପ୍ରସ୍ତୁତ କରି ସେମାନଙ୍କ ଠାରୁ 3 ଲକ୍ଷ କୋଟି ଫେରାଇ ଆଣିଲୁ. ଯଦି ଋଣ ଛାଡିଲେ କୃଷକଙ୍କ ଭଲ ହେବ, ତାହେଲେ ହେବା ଦରକାର ବୋଲି ମୋଦି କହିଛନ୍ତି. ପୂର୍ବରୁ ମଧ୍ୟ ଏପରି ହୋଇଛି, ମାତ୍ର କୃଷକ ଋଣରେ ରହିଛି.

  • କଣ ମୋଦି ଲହରୀ ସରିଗଲା ?

ବିପକ୍ଷ ଦଳ ମୋଦି ମ୍ୟାଜିକ୍ ଓ ମୋଦି ଲହରୀକୁ ଗ୍ରହଣ କରୁଛନ୍ତି. କିଛି ଲୋକ 2013 ମସିହାରେ କହୁଥିଲେ ଯେ ମୋଦି କିଛି କରିପାରିବେ ନାହିଁ, ଆଉ ଆଜି ସେହି ଲୋକ ସମାନ କଥା କହୁଛନ୍ତି. ମାତ୍ର ମୋଦି ଯାହା କରିବା କଥା କରୁଛନ୍ତି.

  • ରାମ ମନ୍ଦିର ଉପରେ ସରକାର ଅଧ୍ୟାଦେଶ ଆଣିବେ କି ?

ମୋଦି- ତିନ୍ ତଲାକ୍ ଉପରେ ଅଧ୍ୟାଦେଶ ସୁପ୍ରିମକୋର୍ଟଙ୍କ ରାୟ ପରେ ଆସିଛି. ରାମ ମନ୍ଦିର ଉପରେ ମଧ୍ୟ ସମ୍ବିଧାନ ମର୍ଯ୍ୟାଦା ସହ କାମ କରିବୁ. କଂଗ୍ରେସ ଓକିଲ ଏହାକୁ ନେଇ ଆଗକୁ ନ ବଢିବା ଭଲ. ନ୍ୟାୟପାଳିକାଙ୍କ ପ୍ରକ୍ରିୟା ପୂରା ହେବା ପରେ ସରକାରଙ୍କ ଯାହା ଦାୟିତ୍ୱ ରହିବ ସେ କରିବେ.

  • ଜୀଜା ଜି-ଗାନ୍ଧି ପରିବାର ଉପରେ ଶୁଣାଣି

ମୋଦି – କିଛି ଲୋକ ଏବେ ଜାମିନରେ ଅଛନ୍ତି. ସେଥିପାଇଁ ସେମାନେ ଏବେ ଚିତ୍କାର କରୁଛନ୍ତି. ଦେଶର ପ୍ରଥମ ପରିବାର ବର୍ତ୍ତମାନ ଜାମିନରେ ବୁଲୁଛନ୍ତି.

  • କଂଗ୍ରେସ ମୁକ୍ତ ଭାରତର ସ୍ୱପ୍ନ ଅଧୁରା ରହିଗଲା

ମୋଦି– କଂଗ୍ରେସ ଲୋକ କୁହନ୍ତି ସେମାନଙ୍କ ଭାବନା ଓ ସଂସ୍କୃତି ଗୋଟିଏ. ମୁଖ୍ୟ ଧାରାରେ ଲମ୍ବା ସମୟ ଧରି ଗୋଟିଏ ସଂସ୍କୃତି ଚାଲୁଛି. ବର୍ତ୍ତମାନ ତାକୁ ବଦଳାଯିବା ଦରକାର. ଏଥିରେ ଜାତିବାଦ, ପରିବାରବାଦ ସାମିଲ ରହିଛି. ଆମେ ଏଥିରୁ ମୁକ୍ତି ଦେବା କଥା ଚିନ୍ତା କରୁଛୁ.

LEAVE A REPLY

Please enter your comment!
Please enter your name here