ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ଜାମିନ ଆବେଦନକୁ ଝାଡଖଣ୍ଡ ହାଇକୋର୍ଟ ଖାରଜ କରି ଦେଇଛନ୍ତି । ଗୋଖାଦ୍ୟ ଦୁର୍ନିତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ୍ ଦଣ୍ଡ ଭୋଗୁଥିବା ଲାଲୁ କିଛି ଦିନ ତଳେ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଜାମିନରେ ଆସିଥିଲେ । ଉକ୍ତ ଜାମିନ ଅବଧିକୁ ବୃଦ୍ଧି କରିବାକୁ ସେ ଅଦାଲତଙ୍କୁ ନିବେଦନ କରିଥିଲେ । ହେଲେ ଅଦାଲତ ଏହାକୁ ଖାରଜ କରିବା ସହ ଅଗଷ୍ଟ ୩୦ ସୁଦ୍ଧା ସେ ହାଜିର ହୁଅନ୍ତୁ ବୋଲି କୋର୍ଟ କହିଛନ୍ତି । ଶୁକ୍ରବାର କୋର୍ଟରେ ହୋଇଥିବା ଏହି ଶୁଣାଣି ଅବସରରେ ସିବିଆଇ କହିଛି ଲାଲୁ ମୁମ୍ବାଇରେ ଚିକିସôିତ ହୋଇ ଘରକୁ ଫେରି ଆସୁଛନ୍ତି । ତେଣୁ ସେ ଯେଉଁ ଜାମିନରେ ଆସିଛନ୍ତି ତା’ର ଦୂରୁପଯୋଗ କରୁଛନ୍ତି ବୋଲି ସିବିଆଇ ଦର୍ଶାଇଛି ।

LEAVE A REPLY

Please enter your comment!
Please enter your name here