ମଧ୍ୟପ୍ରଦେଶରେ ଶୁକ୍ରବାର ଦିନ ବିଧାନସଭା ବାହାରେ ଟ୍ରାଫିକ ନିୟମ ଉଲଘଂନ କରିଥିବା ଜଣେ ବ୍ୟକ୍ତି ଓ ତାଙ୍କ ପରିବାରକୁ ପୋଲିସ ଅଟକାଇଥିଲା. ମାତ୍ର ଟ୍ରାଫିକ ନିୟମ ଉଲ୍ଲଂଘନ କରିଥିବା ବ୍ୟକ୍ତି କିଛି ଶୁଣିବାକୁ ରାଜି ନଥିଲେ. କାରଣ ବି ସେମିତି କିଛି ଥିଲା. ସେ ଯେଉଁ ପରିଚୟ ଦେଇଥିଲେ,ସେଥିରେ ଟ୍ରାଫିକ ପୋଲିସ ବାବୁମାନେ ତାଜୁବ ହୋଇଯାଇଥିଲେ. ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ଭିଣୋଇ ବୋଲି ପରିଚୟ ଦେଇଥିଲେ. ଦରକାର ହେଲେ ତାଙ୍କୁ ଫୋନ କରିବେ ବୋଲି ଧମକ ବି ଦେଇଥିଲେ. ତଥାକଥିତ ମୁଖ୍ୟମନ୍ତ୍ରୀଙ୍କ ଭିଣୋଇ ଓ ଟ୍ରାଫିକ ମଧ୍ୟରେ ଚାଲିଥିବା ଝଗଡାକୁ ବାଟରେ ଯାଉଥିବା ଲୋକମାନେ ବେଶ୍ ଉପଭୋଗ କରିଥିଲେ. କେହି କେହି ନିଜ ମୋବାଇଲରେ ଭିଡିଓ ଉତ୍ତୋଳନ କରିଥିଲେ. ଭଲକରି ଦେଖନ୍ତୁ ଭିଡିଓକୁ. ଟ୍ରାଫିକ ନିୟମ ଉଲ୍ଲଂଘନ କରିବା ପରେ ବି ସେ କେମିତି ଦମ୍ଭରେ କହୁଛନ୍ତି, ‘ମୁଖ୍ୟମନ୍ତ୍ରୀ ମୋ ଶାଳକ । ତାଙ୍କ ସହ କଥା ହୁଅ , ଆପଣ ତାଙ୍କୁ ପଚାରୁ ନାହାଁନ୍ତି କାହିଁକି ? ମୁ’ କଣ ମିଛ କହୁଛି ?’ କଥା ସେତିକିରେ ରହିଲାନି. ମୁଖ୍ୟମନ୍ତ୍ରୀଙ୍କୁ ଫୋନ୍ କରି ବି ପଚରାଗଲା.
ବିଧାନସଭା ବାହାରେ ଟ୍ରାଫିକ ପୁଲିସଙ୍କ ସହ ଯୁକ୍ତି କରୁଥିବା ଜଣେ ଭିଣୋଇକୁ ଆପଣ ଚିହ୍ନନ୍ତି କି ବୋଲି ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ଶ୍ରୀ ଚୌହାନ ଯାହା କହିଲେ, ତାହା ବି ଖୁବ୍ ମଜାଦାର. ଚୌହାନଙ୍କ ଉତ୍ତର ଥିଲା, ‘ମଧ୍ୟପ୍ରଦେଶରେ ମୋର କୋଟି କୋଟି ଭଉଣୀ ଅଛନ୍ତି ଏବଂ ମୁଁ ଅନେକଙ୍କର ଶାଳକ, ଆଇନକୁ ତା ବାଟରେ ଛାଡ.’

LEAVE A REPLY

Please enter your comment!
Please enter your name here