ସମ୍ବଲପୁରରେ ହନୁମାନ ଜୟନ୍ତୀ ବେଳେ ହୋଇଥିବା ହିଂସାକାଣ୍ଡର ତଦନ୍ତ ନ୍ୟାସନାଲ ଇନଭେଷ୍ଟିଗେଟିଙ୍ଗ ଏଜେନ୍ସି ଦ୍ବାରା କରାଇବାକୁ ବିଜେପି ସାଂସଦ ସୁରେଶ ପୂଜାରୀ ଦାବି କରିଛନ୍ତି । ସମ୍ବଲପୁର ହିଂସାକାଣ୍ଡର ତଦନ୍ତ କରିବା ପାଇଁ ଓଡିଶା ପୋଲିସ ସମର୍ଥ ନୁହେଁ ବୋଲି ସେ କହିଛନ୍ତି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସାଂସଦ ସୁରେଶ ପୂଜାରୀ କହିଛନ୍ତି, ପୋଲିସ ଠିକଣା ଭାବେ କାର୍ଯ୍ୟ କରୁନାହିଁ । ଅସଲ ଦୋଷୀକୁ ଧରିବା ବଦଳରେ ନିର୍ଦ୍ଦୋଷଙ୍କୁ ଧରି ହଇରାଣ କରୁଛି । ପୋଲିସ ବିଭାଗର ଦୁର୍ବଳତା ପାଇଁ ଓଡିଶାରେ ରାଷ୍ଟ୍ର ବିରୋଧୀ ଲୋକଙ୍କ ସଂଖ୍ୟା ବଢିବାରେ ଲାଗିଛି ଏବଂ ଓଡିଶା ପଶ୍ଚିମବଙ୍ଗ ହେବା ପୂର୍ବରୁ ରାଜ୍ୟ ସରକାର ଉଚିତ ପଦକ୍ଷେପ ନେବାକୁ ସେ ଦାବି କରିଛନ୍ତି ।
ଓଡିଶା ପୋଲିସ ଓ ଗୁଇନ୍ଦା ବିଭାଗର ବିଫଳତା ପାଇଁ ସମ୍ବଲପୁରରେ ହିଂସାକାଣ୍ଡ ହେଲା । ଯଦି ସରକାର ଆଗରୁ ସତର୍କତାମୂଳକ ପଦକ୍ଷେପ ନେଇଥାନ୍ତେ, ତେବେ ଏଭଳି ଅବସ୍ଥା ସୃଷ୍ଟି ହୋଇ ନ ଥାନ୍ତା ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here