ଓଡିଶା ଷ୍ଟାଫ ସିଲେକ୍ସନ ପରୀକ୍ଷାରେ ଓଡିଆ ଭାଷାରେ ପ୍ରସ୍ତୁତ ପ୍ରଶ୍ନପତ୍ର ବୁଝିପାରିଲେନି ପରୀକ୍ଷାର୍ଥୀ । ଫଳରେ ପ୍ରଶ୍ନପତ୍ର ପଢି ବୁଝୁ ବୁଝୁ ସମୟ ଚାଲିଗଲା । ଓଡିଶା ଷ୍ଟାଫ ସିଲେକ୍ସନ କମିଶନ ପକ୍ଷରୁ ଆକାଉଣ୍ଟାଣ୍ଟ ପଦବୀ ପାଇଁ ପରୀକ୍ଷାରେ ଏଭଳି ତ୍ରୁଟି ଦେଖିବାକୁ ମିଳିଛି । ପ୍ରାର୍ଥୀମାନେ ନିଜ ମାତୃଭାଷାରେ ପରୀକ୍ଷା ଦେବାକୁ ପ୍ରସ୍ତୁତ ହୋଇ ଆସିଥିଲେ ହେଁ ପରୀକ୍ଷା ହଲରେ ପ୍ରଶ୍ନପତ୍ର ବୁଝି ପାରିଲେନି । ପ୍ରଶ୍ନପତ୍ର ପଢି ବୁଝିବା ପାଇଁ ସମୟ ଚାଲିଗଲା । ଫଳରେ ଅନେକ ପରୀକ୍ଷାର୍ଥୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ଓଡିଆ ଭାଷାରେ ପ୍ରସ୍ତୁତ ପ୍ରଶ୍ନପତ୍ରରେ ତ୍ରୁଟି ଥିବା ଯୋଗୁ ଏଭଳି ହୋଇଛି ବୋଲି ପରୀକ୍ଷାର୍ଥୀମାନେ ଅଭିଯୋଗ କରିଛନ୍ତି । ଏହି ପ୍ରସଙ୍ଗକୁ ନେଇ ବିଜେପି ମୁଖପାତ୍ର ଦିଲ୍ଲୀପ ମଲ୍ଲିକ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ସରକାର ଓଡିଆ ଭାଷାର ସୁରକ୍ଷା ବଦଳରେ ଭାଷାକୁ ବିକୃତ କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ।

ପରୀକ୍ଷାର୍ଥୀଙ୍କ କହିବା କଥା ହେଉଛି, ପ୍ରଶ୍ନପତ୍ରରେ ଅନେକ ତ୍ରୁଟି ରହିଥିଲା । ଯାହାକୁ ପଢି ବୁଝିବା ସହଜ ନ ଥିଲା । ଯେଉଁମାନେ ପ୍ରଶ୍ନପତ୍ର ପ୍ରସ୍ତୁତ କରିଥିଲେ, ତାହାର ଭାଷାଗତ ତ୍ରୁଟି ଯୋଗୁ ଏଭଳି ସମସ୍ୟା ଉପୁଜିଥିଲା । ଯଦି ମାତୃଭାଷାରେ ପ୍ରଶ୍ନପତ୍ର ତ ଳେ ଇଂଗ୍ରାଜୀ ଭାଷାରେ ପ୍ରଶ୍ନପତ୍ର ଥାନ୍ତା, ତେବେ ତାହା ବୁଝିବା ସହଜ ହୋଇଥାନ୍ତା ।

LEAVE A REPLY

Please enter your comment!
Please enter your name here