ଆସନ୍ତାକାଲି ସୋମବାର ଦିନ ହେବ ପଦମପୁର ପରୀକ୍ଷା । ଉପନିର୍ବାଚନ ପାଇଁ ଗତକାଲି ଠାରୁ ପ୍ରଚାର ଶେଷ ହୋଇଥିବା ବେଳେ ଭୋଟ ପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଛି । ଆସନ୍ତାକାଲି ସକାଳ ୭ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ । ମୋଟ ୩୧୯ଟି ବୁଥ୍ରେ ଭୋଟ ଗ୍ରହଣ କରାଯ଼ିବ । ୭୪ଟି ବୁଥ୍ ମାଓ ପ୍ରଭାବିତ ଅଞ୍ଚଳରେ ଥିବାରୁ ସେଥିପାଇଁ ପ୍ରଶାସନ ପକ୍ଷରୁ ଅଧିକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯ଼ାଇଛି ।
ଅନ୍ୟପକ୍ଷରେ ଭୋଟ ପୂର୍ବରୁ ପଦମପୁରରେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଟଙ୍କା ବଣ୍ଟା ଯ଼ାଉଥିବା ଅଭିଯ଼ୋଗ କରିଛନ୍ତି ପାଇକମାଳ ବ୍ଲକର ସରେଇକଳା ଗାଁ ଲୋକେ । ତେବେ ନିର୍ଦ୍ଧିଷ୍ଟ ଅଭିଯ଼ୋଗ ମିଳିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯ଼ିବ ବୋଲି କହିଛନ୍ତି ବରଗଡ ଜିଲ୍ଲା ଏସପି ।

LEAVE A REPLY

Please enter your comment!
Please enter your name here