ଧାମନଗର ଉପନିର୍ବାଚନ ପ୍ରଚାରର ଶେଷ ପର୍ଯ୍ୟାୟ । ତିନି ପ୍ରମୁଖ ଦଳର ଭେଟେରାନ ନେତାଙ୍କ ଭିଡ ଧାମନଗର ପ୍ରଚାରକୁ ସରଗରମ କରିଦେଇଛି । ବିଜେଡି, ବିଜେପି ଓ କଂଗ୍ରେସ ନେତାମାନେ ନିଜ ଦଳର ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ପୁରାଦମରେ ଲାଗି ପଡିଛନ୍ତି । ଭୋଟ ହାତେଇବା ପାଇଁ ପାରୁ ପର୍ଯ୍ୟନ୍ତ ଉଦ୍ୟମ କରୁଛନ୍ତି ନେତାମାନେ । ଭୋଟରଙ୍କୁ ନାନା ପ୍ରକାର ପ୍ରଲୋଭନ ଦେଖାଉଛନ୍ତି । ଅନୈତିକ ଉପାୟରେ ଭୋଟ ହାତେଇବା ପାଇଁ କଳ ବଳ କୌଶଳ ପ୍ରୟୋଗ କରୁଛନ୍ତି ନେତାମାନେ । ଘର ଘର ବୁଲି ଟଙ୍କା ବାଂଟୁଛନ୍ତି । ଏମିତି ଟଙ୍କା ବାଂଟୁଥିବା ବେଳେ ଜଣେ ମହିଳାଙ୍କୁ ଗାଁର ଅନ୍ୟ ମହିଳାମାନେ ଘେରି ଯାଇଛନ୍ତି । ମୁଣ୍ଡ ପିଚ୍ଛା 200 ରୁ 500 ଟଙ୍କା ଯାଏଁ ବାଂଟୁଛନ୍ତି । ଗାଁ, ପଞ୍ଚାୟତର କ୍ଲବ ଘର, ଅନୁଷ୍ଠାନକୁ ରାଜନୈତିକ ଦଳଗୁଡିକ ପ୍ରଚୁର ଟଙ୍କା ଦେଉଥିବାରୁ ଭୋଟରମାନେ ଏକ ପ୍ରକାର ନୋଟ୍ ମୁହାଁ ହୋଇଯାଇଛନ୍ତି । ଗୋଟେ ଗୋଟେ ଗାଁର ଭୋଟର ସଂଖ୍ୟା ଦେଖି ଟଙ୍କା ଦିଆଯାଉଛି ।

ବିଜେପି ଅଭିଯୋଗ କରିଛି, ବିଜେଡି ସ୍ବଂୟ ସହାୟକ ମହିଳା ଗୋଷ୍ଠୀ ସହାୟତାରେ ଭୋଟ ହାତେଇବାକୁ ଉଦ୍ୟମ କରୁଛି । ବିଜେଡି ବି ବିଜେପି ବିରୋଧରେ ଟଙ୍କା ବାଂଟିବା ଅଭିଯୋଗ କରୁଛି । ସୋସିଆଲ ମିଡିଆରେ ଟଙ୍କା ବଂଟାଯାଉଥିବା ଭିଡିଓ ଭାଇରାଲ ହେବାରେ ଲାଗିଛି ।

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଭୋଟରଙ୍କୁ ପ୍ରଲୋଭନ କରାଯାଉଥିବା ଅଭିଯୋଗ ହେଉଥିଲେ ବି ଫଳ ଶୂନ୍ ।

ପ୍ରତିଥର ଭଳି ଏଥର ବି ଉପନିର୍ବାଚନ ମୁକ୍ତ, ଅବାଧ ଓ ନିରପେକ୍ଷ ହେବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

LEAVE A REPLY

Please enter your comment!
Please enter your name here