ଗତ ମଙ୍ଗଳବାର ସେମି ଫାଇନାଲ ମ୍ୟାଚ୍ ରେ ମୁହାଁମୁହିଁ ହୋଇଥିଲେ ଇଣ୍ଡଆ ଓ ନ୍ୟୁଜିଲ୍ୟାଣ୍ଡ୍ । ଏହି କ୍ରିକେଟ ମ୍ୟାଚ୍ କୁ ଫିକା ପକେଇଥିଲା ବର୍ଷା । ନ୍ୟୁଜିଲ୍ୟାଣ୍ଡ୍ ପ୍ରଥମେ ବ୍ୟାଟିଂ କରି ୪୬.୧ଓଭରରେ ୫ ୱକେଟ୍ ହରାଇ ୨୧୧ ରନ୍ କରିଥିବା ବେଳେ ବର୍ଷା ଆରମ୍ଭ ହୋଇଥିଲା । ବର୍ଷା ପାଖା ପାଖି ୫ ଘଣ୍ଟ ଲାଗିରହିଥିଲା । ବର୍ଷା ଛଡିବା ପରେ ଗ୍ରାଉଣ୍ଡ୍ ନିରକ୍ଷଣ କରାଗଲା ଏବଂ ଯାଞ୍ଚ ପରେ ଜଣାଗଲା ଗ୍ରଉଣ୍ଡ୍ରେ ଖେଳାଯାଇ ପାରିବ ନାହଁ । ଫଳରେ ମ୍ୟାଚ୍ ସ୍ଥଗିତ କରାଯାଇଥିଲା । ଗତ କାଲି ଯେଉଁଠୁ ମ୍ୟାଚ୍ ସ୍ଥଗିତ ରହିଥିଲା ସେଠାରୁହଁ ମ୍ୟାଚ୍ ଆରମ୍ଭ ହେବ । ତେବେ ମ୍ୟାଚ୍ ବୁଧବାର ୩ଟା ସମୟରେ ମାଞ୍ଚେଷ୍ଟରର ଓଲ୍ଡ ଟ୍ରାଫର୍ଡରେ ଇଣ୍ଡିଆ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଥିବା ବିଶ୍ୱ କପ୍ ସେମି ଫାଇନାଲ ମ୍ୟାଚ୍ ଖେଳାଯିବ । ଏବଂ ଜେଉଁମାନେ ଗତ କାଲି ଟିକେଟ୍ କରି ମ୍ୟାଚ୍ ଦେଖିଥିଲେ ସେମାନେ ଆଜି ମଧ୍ୟ ମ୍ୟାଚ୍ ଯାଇ ଦେଖିପାରିବେ ।

LEAVE A REPLY

Please enter your comment!
Please enter your name here