ବିଶ୍ବକପରେ ସେମି ଫାଇନାଲ ଖେଳିବାରୁ ବଞ୍ଚିତ ହୋଇଛି ପାକିସ୍ତାନ । ସେମି ଫାଇନାଲ ଖେଳିବା ପାଇଁ ପାକିସ୍ତାନ ନିମନ୍ତେ ଆଜି ଶେଷ ସୁଯୋଗ ରହିଛିଲା । ଆଜିର ମ୍ୟାଚରେ ପାକିସ୍ତାନ ସମ୍ମୁଖରେ ଇଂଲଣ୍ଡ 338 ରନ ଟାର୍ଗେଟ ଦେଇଥିବା ବେଳେ ପାକିସ୍ତାନ 43.3 ଓଭରେ ମାତ୍ର 244 ରନ୍ କରି ଅଲଆଉଟ ହୋଇଯାଇଥିଲା । ଇଂଲଣ୍ଡ ସହ ପରାଜୟ ପରେ ପାକିସ୍ତାନକୁ ବିଶ୍ବକପର ବିଦା ନେବାକୁ ପଡିଛି । ପାକିସ୍ତାନ ବିଦାୟ ନେବା ସହ ସେମି ଫାଇନାଲରେ ଭାରତକୁ କଡା ଟକ୍କର ଦେବ ନ୍ୟୁଜିଲାଣ୍ଡ । ଏପର୍ଯ୍ୟନ୍ତ ଭାରତ ବିଶ୍ବକପରେ ସମସ୍ତ ମ୍ୟାଚ ଜିତି ପଏଣ୍ଟ 8 ପାଇବା ସହ ଶୀର୍ଷରେ ରହିଛି । ଅନ୍ୟପକ୍ଷରେ ପାକିସ୍ତାନ ଓ ଇଂଲଣ୍ଡ ଚଳିତ ବିଶ୍ବକପରୁ ବିଦା ନେଇଛନ୍ତି ।

LEAVE A REPLY

Please enter your comment!
Please enter your name here