ଇତିହାସ ସୃଷ୍ଟି କଲେ ବକ୍ସର ଏମସି ମ୍ୟାରୀ କମ୍ | ୫୧ କେଜି ଓଜନ ବର୍ଗର ସେମିଫାଇନାଲରେ ପ୍ରବେଶ କରି ବଡ଼ ସଫଳତା ପାଇଛନ୍ତି ମ୍ୟାରୀ | କଲମ୍ବିଆର ଇନଗ୍ରିଟ୍ ଭାଲେନସିଆଙ୍କୁ ୫-୦ରେ ପରାସ୍ତ କରିଛନ୍ତି ମ୍ୟାରି | ରୁଷରେ ଚାଲିଥିଲା ଏହି ମହିଳା ବିଶ୍ୱ ବକ୍ସିଂ ଚାମ୍ପିୟନଶିପ | ଏଥିସହ ମ୍ୟାରୀ କମ୍ ପ୍ରଥମ ବକ୍ସର (ଉଭୟ ପୁରୁଷ ଓ ମହିଳା) ଭାବେ ୱାର୍ଲ୍ଡ ଚାମ୍ପିୟନଶିପରେ ୮ ପଦକ ଜିତିବାର ସୌଭାଗ୍ୟ ଅର୍ଜନ କରିଛନ୍ତି | ଏହା ପୂର୍ବରୁ ସେ ଗତବର୍ଷ ନୂଆଦିଲ୍ଲୀରେ ଆୟୋଜିତ ବିଶ୍ୱ ଚାମ୍ପିୟନଶିପରେ ସ୍ୱର୍ଣ୍ଣ ପଦକ ଜିତି କ୍ୟୁବାର କିମ୍ବଦନ୍ତୀ ପୁରୁଷ ବକ୍ସର ଫେଲିକ୍ସ ସେଭନ (୧୯୮୬-୧୯୯୯)ଙ୍କ ରେକର୍ଡ ୭ ପଦକ ସହ ବରାବର କରିଥିଲେ | ମ୍ୟାରୀ କମ୍ ଏପର୍ଯ୍ୟନ୍ତ ବିଶ୍ୱ ଚାମ୍ପିୟନଶିପରେ ୭ (୬ ସ୍ୱର୍ଣ୍ଣ, ୧ ରୌପ୍ୟ) ପଦକ ଜିତି ରେକର୍ଡ କରିଛନ୍ତି | ତେବେ ୫୧ କେଜିରେ ମ୍ୟାରୀ କମଙ୍କର ଏହା ପ୍ରଥମ ପଦକ | ମ୍ୟାରୀ ୫୧ କେଜି ବର୍ଗରେ ପ୍ରଥମଥର ବିଶ୍ୱ ଚାମ୍ପିୟନଶିପରେ ଭାଗ ନେଉଛନ୍ତି | ଶନିବାର ମ୍ୟାରୀ କମ୍ ସେମିଫାଇନାଲରେ ତୁର୍କୀର ବୁସେନାଜ କାକିରୋଗଲୁଙ୍କୁ ଭେଟିବେ, ଯିଏ ୟୁରୋପିଆନ୍ ଚାମ୍ପିୟନଶିପ୍ ଓ ୟୁରୋପିଆନ୍ ଗେମ୍ସର ଡିଫେଣ୍ଡିଂ ଚାମ୍ପିୟନ୍ ଅଛନ୍ତି |

LEAVE A REPLY

Please enter your comment!
Please enter your name here