ଏଣିକି ଗୁଜୁରାଟର ସୁରଟରେ ରହୁଥିବା ପ୍ରବାସୀ ଓଡ଼ିଆ ଯାତାୟତ କରିବାରେ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ । ସେମାନେ ଭୁବନେଶ୍ୱରରୁ ବାହାରି ଅହମ୍ମଦାବାଦ ବିମାନ ବନ୍ଦର ନୁହେଁ ବରଂ ସିଧାସଳଖ ସୁରଟରେ ଓହ୍ଲାଇବେ । ଏହି ସୁବିଧା ନୂଆବର୍ଷଠାରୁ ଆରମ୍ଭ ହେବ । ଏ ନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ।\n\nଆସନ୍ତା ୨୦୨୦ ଜାନୁୟାରୀ ପହିଲାରୁ ଭୁବନେଶ୍ୱରରୁ ସୁରଟକୁ ଏୟାର ଇଣ୍ଡିଆ ବିମାନ ଚଳାଚଳ କରିବ । ସପ୍ତାହରେ ୩ ଦିନ ବିମାନ ଉଡ଼ିବ । ଏ ନେଇ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ସୁରଟର ପ୍ରବାସୀ ଓଡ଼ିଆଙ୍କର ଏହା ଦୀର୍ଘ ଦିନର ଏକ ଦାବି ରହିଥିଲା । ଏହାକୁ ପୂରଣ କରିଥିବାରୁ ସାଂସଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ହରଦ୍ୱୀପ ପୁରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here