ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ୨୫ ପ୍ରତିଶତ ମ୍ୟାଚ ଫି କାଟିଲା ଆଇସିସି । ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ କୋହଲି ଅତ୍ୟଧିକ ମାତ୍ରାରେ ଅପିଲ କରିବା ଏବଂ ଅମ୍ପାୟାରଙ୍କ ସହ ଯୁକ୍ତିତର୍କ କରିବା ଅଭିଯୋଗରେ ଆଇସିିସି କୋହଲି ଉପରେ ଫାଇନ ଲଗାଇଛନ୍ତି । ବିଶ୍ୱକପରେ ୨୮ ତମ ମ୍ୟାଚ ସାଉଥଆମ୍ପଟନରେ ଖେଳାଯାଇଥିଲା । ଏହି ମ୍ୟାଚର ୨୯ ତମ ଓଭରରେ ଏଲବିଡବ୍ଲୁ୍ୟ ପାଇଁ ଅତ୍ୟଧିକ ଉଗ୍ର ଭାବେ ଅପିଲ କରିଥିଲେ କୋହଲି । ଏହା ଆଇସିସି ର କୋଡ୍ ଅଫ୍ କଣ୍ଡକ୍ଟ ଉଲଘଂନ । ଆଇସିସିର ଆର୍ଟିକିଲ୍ ୨.୧ ନିୟମକୁ ଏହା ଉଲଘଂନ କରୁଥିବା ଦର୍ଶାଇ ଆଇସିସି କୋହଲିଙ୍କ ଉପରେ ୨୫ ପ୍ରତିଶତ ମ୍ୟାଚ ଫି କାଟିବାର ଫାଇନ ଲଗାଇଛି । ମ୍ୟାଚର ରେଫରୀ କ୍ରିସ୍ ବ୍ରୋଡଙ୍କ ଅଭିଯୋଗକୁ ଟିମ୍ ଇଣ୍ଡିଆ ଅଧିନାୟକ ସ୍ୱିକାର ମଧ୍ୟକରିଛନ୍ତି ।

LEAVE A REPLY

Please enter your comment!
Please enter your name here