ପର୍ଥ ଟେଷ୍ଟ ପାଇଁ ବିସିସିଆଇ 13 ଜଣିଆ ଭାରତୀୟ ଦଳ ଘୋଷଣା କରିଛନ୍ତି. ଅଷ୍ଟ୍ରେଲିଆ ବିପକ୍ଷ ଚାରୋଟି ଟେଷ୍ଟ ସିରିଜ୍ ବିଶିଷ୍ଟ ମ୍ୟାଚ୍ ର ଏହା ହେଉଛି ଦ୍ୱିତୀୟ ଟେଷ୍ଟ ଯାହା ଶୁକ୍ରବାରଠାରୁ ପର୍ଥରେ ଖେଳାଯିବ. ତେବେ ପ୍ରଥମ ଟେଷ୍ଟରେ 31 ରନ୍ ରେ ଭାରତ ମ୍ୟାଚ ଜିତି 1-0ରେ ଆଗୁଆ ରହିଛି. ବିସିସିଆଇ ଘୋଷଣା କରିଥିବା ଭାରତୀୟ ଦଳରେ ରୋହିତ ଶର୍ମା ଓ ଅଶ୍ୱିନୀଙ୍କୁ ବାଦ୍ ଦିଆଯାଇଛି. ଯାହା ବର୍ତ୍ତମାନ ସମୟରେ ଭାରତ ପାଇଁ ଏକପ୍ରକାର ଚିନ୍ତାର କାରଣ ପାଲଟିଛି. 13 ଜଣିଆ ଟିମ୍ ଭିତରେ ରହିଛନ୍ତି ବିରାଟ କୋହଲି (ଅଧିନାୟକ), ମୁରଲୀ ବିଜୟ, କେ.ଏଲ୍ ରାହୁଲ, ଚେତେଶ୍ୱର ପୂଜାରା, ଆଜିଙ୍କ୍ୟ ରାହାଣେ, ହନୁମା ବିହାରୀ, ଋଷଭ ପନ୍ତ (ୱିକେଟ୍ କିପର), ରବୀନ୍ଦ୍ର ଜାଡେଜା, ଈଶାନ୍ତ ଶର୍ମା, ମହମ୍ମଦ ଶାମି, ଯଶପ୍ରୀତ୍ ବୁମ୍ରା, ଭୁବନେଶ୍ୱର କୁମାର ଓ ଉମେଶ ଯାଦବ. ଆହତ କାରଣରୁ ରୋହିତ ଓ ଅଶ୍ୱିନୀଙ୍କୁ ବିଶ୍ରାମ ଦିଆଯାଇଛି. ଅନ୍ୟପଟେ ପୃଥ୍ୱୀ ଶ ମଧ୍ୟ ଠିକ୍ ହୋଇନଥିବାରୁ ଦ୍ୱିତୟ ଟେଷ୍ଟରେ ସ୍ଥାନ ପାଇନାହାନ୍ତି.