ଗୁରୁବାର ସନ୍ଧ୍ୟା 7 ଟାରେ କଳିଙ୍ଗ ଷ୍ଟାଡିୟମରେ ଭାରତ-ନେଦରଲ୍ୟାଣ୍ଡ ମଧ୍ୟରେ ଦେଖିବାକୁ ମିଳିବ ହାଇଭୋଲ୍ଟେଡ ଲଢେଇ. ତିନିଥର ବିଜୟ ଲାଭ କରିଥିବା ନେଦରଲ୍ୟାଣ୍ଡକୁ ଆଜି ଭେଟିବ ଭାରତୀୟ ହକି ଦଳ. ଯାହା ଭାରତୀୟ ହକି ଦଳ ପାଇଁ ଏକପ୍ରକାର ଚ୍ୟାଲେଞ୍ଜ ବୋଲି କୁହାଯାଇପାରେ. ଅନ୍ୟପଟେ ଅପରାହ୍ନ 4.45ରେ ବେଲଜିୟମ-ଜର୍ମାନୀ ମଧ୍ୟରେ ମହାଲଢେଇ ମଧ୍ୟ ଦେଖିବାକୁ ମିଳିବ. ଏହି ଦୁଇଟି ମ୍ୟାଚ ମଧ୍ୟରୁ ସମସ୍ତଙ୍କ ନଜର ଭାରତ-ନେଦରଲ୍ୟାଣ୍ଡ ଉପରେ ରହିବ. ସଧାରଣଭାବେ ଭାରତୀୟ ହକି ଦଳର ମୁଖ୍ୟ ଖେଳାଳୀ ହରେନ୍ଦ୍ର ସିଂଙ୍କ ଉପରେ ସମସ୍ତଙ୍କ ନଜର ରହିବ ବୋଲି ସାଧାରଣରେ ମତପ୍ରକାଶ ପାଇଛି. ତେବେ ଆଜିର ଏହି ମହାଲଢେଇ ପାଇଁ ପ୍ରସ୍ତୁତ ଅଛନ୍ତି ଉଭୟ ଦଳ ଆଉ ଏହାକୁ ଉପଭୋଗ କରିବା ପାଇଁ ମଧ୍ୟ ପ୍ରସ୍ତୁତ ଅଛନ୍ତି ଦର୍ଶକ.

 

LEAVE A REPLY

Please enter your comment!
Please enter your name here