ଭାରତୀୟ ଷ୍ଟାର ଜିମ୍ନାଷ୍ଟ ଦୀପା କର୍ମାକର ଚଳିତ ଏସିଆନ ଗେମ୍ସର ଦଳଗତ ଫାଇନାଲରୁ ଓହରି ଯାଇଛନ୍ତି। ଆଣ୍ଠୁ ଜନିତ ଆହତ ସମସ୍ୟା ଯୋଗୁଁ ସେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଆଣ୍ଠୁ ସମସ୍ୟା ବୃଦ୍ଧି ପାଇବାର ଯଥେଷ୍ଟ ସମ୍ଭାବନା ରହିଛି। ଏଣୁ ସେ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେଇପାରିବେ ନାହିଁ। ଆମେ ତାଙ୍କୁ ଟିମ୍ ଇଭେଣ୍ଟରୁ ବିଶ୍ରାମ ଦେଉଛୁ। ସେ ବିମ ଫାଇନାଲରେ ଭଲ ପ୍ରଦର୍ଶନ କରିବେ ବୋଲି ଦୀପାଙ୍କ କୋଚ୍ ବିଶେସ୍ୱର ନନ୍ଦି କହିଛନ୍ତି।

LEAVE A REPLY

Please enter your comment!
Please enter your name here