ଭାରତୀୟ ଓପନର ତଥା ହିଟମ୍ୟାନ ରୋହିତ ଶର୍ମା ଆକର୍ଷଣୀୟ ଦ୍ୱିଶତକ ପୂରଣ କରିଛନ୍ତି । ରାଞ୍ଚିରେ ଚାଲିଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ତଥା ଅନ୍ତିମ ଟେଷ୍ଟରେ ରୋହିତ ଶର୍ମା ହାସଲ କରିଛନ୍ତି ଦ୍ୱିଶତକ | ଦିନିକିଆରେ ତିନୋଟି ଦ୍ୱିଶତକ ହାସଲ କରିଥିବା ରୋହିତ ଆଜି ତାଙ୍କ କ୍ୟାରିୟରର ପ୍ରଥମ ଟେଷ୍ଟ୍ ଦ୍ୱିଶତକ ହାସଲ କରିଛନ୍ତି | ୨୪୯ଟି ବଲ୍‌ରେ ୨୮ଟି ଚୌକା ଓ ୪ଟି ଛକା ମାରି ସେ ଏହି ସଫଳତା ହାସଲ କରିଛନ୍ତି | ଗତକାଲି ସେ ଟେଷ୍ଟ କ୍ୟାରିୟରର ଷଷ୍ଠ ଶତକ ମାରିବାରେ ସଫଳ ହୋଇଥିବା ବେଳେ ଆଜି ଏହାକୁ ଦ୍ୱିଶତକରେ ପରିଣତ କରିଛନ୍ତି | ଗତକାଲି ସେ ୧୧୭ ରନ୍ କରି ନଟ୍ ଆଉଟ୍ ରହିଥିଲେ | ସେହିପରି ଆଜି ଲଞ୍ଚ୍ ସୁଦ୍ଧା ସେ ୨୪୨ ବଲ୍‌ରୁ ୧୯୯ ରନ୍ କରିଥିଲେ । ଲଞ୍ଚ୍ ପରେ ସେ ଟେଷ୍ଟ୍ କ୍ୟାରିୟରର ପ୍ରଥମ ଦ୍ୱିଶତକ ହାସଲ କରିଥିଲେ | ଅନ୍ୟପକ୍ଷରେ ଗତକାଲି ୮୩ ରନ୍ କରି ନଟ୍‌ ଆଉଟ୍ ଥିବା ଆଜିଙ୍କ୍ୟ ରାହାଣେ ଆଜି ଶତକ କରିବାରେ ସଫଳ ହୋଇଥିଲେ | ୧୯୨ଟି ବଲ୍‌ରୁ ୧୭ଟି ଚୌକା ଓ ଗୋଟିଏ ଚୌକା ସହାୟତାରେ ସେ ଏହି ରନ୍ ସଂଗ୍ରହ କରିଥିଲେ |

ସୂଚନାଯୋଗ୍ୟ, ୨୦୧୩ରେ ବେଙ୍ଗାଲୁରୁରେ ଅଷ୍ଟ୍ରେଲିଆ ବିପକ୍ଷରେ ରୋହିତ ଶର୍ମା ପ୍ରଥମେ ଦ୍ୱିଶତକ ମାରିଥିଲେ। ଦିନିକିଆରେ ଏହା ଥିଲା ତାଙ୍କର ପ୍ରଥମ ଦ୍ୱିଶତକ।

LEAVE A REPLY

Please enter your comment!
Please enter your name here