ରବିବାର ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ପ୍ରଥମ ଟି-20 ଅନ୍ତରାଷ୍ଟ୍ରୀୟ ମ୍ୟାଚ. ବିଶ୍ୱକପ ପୂର୍ବରୁ ଭାରତ ପାଇଁ ଏହା ହେବ ଶେଷ ଅନ୍ତରାଷ୍ଟ୍ରୀୟ କ୍ରିକେଟ ସିରିଜ. କଙ୍ଗାରୁ ବିପକ୍ଷରେ ଭାରତ ଦୁଇଟି ଟି-20 ମ୍ୟାଚ ଖେଳିବା ସହ 5ଟି ଦିନିକିଆ ସିରିଜ ଖେଳିବ. ଭାରତୀୟ ଟିମର ଅଧିନାୟକ ବିରାଟ କୋହଲୀଙ୍କ ଅଷ୍ଟ୍ରେଲିଆ ବିପକ୍ଷରେ ଦଳକୁ ପ୍ରତ୍ୟାବର୍ତ୍ତନ ହୋଇଛି. ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଇଥିବା ଶେଷ ଦୁଇଟି ମ୍ୟାଚରେ ବିରାଟଙ୍କୁ ବିଶ୍ରାମ ଦିଆଯାଇଥିଲା. ତାଙ୍କ ଜାଗାରେ ରୋହିତ ଶର୍ମା ଅଧିନାୟକ ଦାୟିତ୍ୱ ସମ୍ଭାଳିଥିଲେ. ତେବେ ରବିବାର ବିଶାଖପାଟଣାମରେ ସନ୍ଧ୍ୟା 6ଟାରେ ଏହି ମ୍ୟାଚ ଖେଳାଯିବ. ମଇଦାନରେ ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ.

LEAVE A REPLY

Please enter your comment!
Please enter your name here