ଇଂଲଣ୍ଡରେ ଚାଲିଥିବା ଦ୍ୱାଦଶ ବିଶ୍ୱକପରେ ଟିମ୍ ଇଣ୍ଡିଆକୁ ଲାଗିଛି ଆଉ ଏକ ଶକ୍ତ ଝଟକା । ଆହାତ କାରଣରୁ ଦଳରୁ ବାଦ ପଡିଛନ୍ତି ଦ୍ରୁତ ବୋଲର ଭୁବନେଶ୍ୱର କୁମାର । ପାକିସ୍ତାନ ବିପକ୍ଷ ମ୍ୟାଚରେ   ଆହାତ ହୋଇଛନ୍ତି ଭୁବନେଶ୍ୱର କୁମାର । ପାକିସ୍ତାନ ବିପକ୍ଷ ମ୍ୟାଚରେ ପଚଂମ ଓଭର ବୋଲିଂ କରୁଥିବା ସମୟରେ ଭୁବନେଶ୍ୱରଙ୍କ ମାଂସ ପେଶୀରେ ସମସ୍ୟା ଦେଖା ଯାଇଥିଲା । ପଚଂମ ଓଭର   ପୁରଣ କରିବାରେ ଭୁବନେଶ୍ୱର ସକ୍ଷମ ହୋଇନଥିଲେ । ବିଜୟଶଙ୍କର ଭୁବିଙ୍କ ଓଭର ପୁରଣ କରିଥିଲେ ।  ଟିମ୍ ମ୍ୟାନେଜମେଣ୍ଟଙ୍କ ସୂଚନା ଅନୁଯାୟୀ, ଆଗାମୀ  ଦୁଇରୁ ତିନି ମ୍ୟାଚରେ ଭୁବନେଶ୍ୱର କୁମାର ଖେଳିପାରିବେ ନାହିଁ । ଭୁବିଙ୍କ ଅନୁପସ୍ତିତିରେ ଦଳର ସମସ୍ୟା ବଢିଯାଇଛି । କାରଣ ଇଂଲଣ୍ଡ ମାଟିରେ ଦ୍ରୁତ ବୋଲର ଭୁବନେଶ୍ୱର ଭଲ ପ୍ରଦର୍ଶନ କରିବାର ନଜର ମଧ୍ୟ ରହିଛି । ଏହାଛଡା ଟିମ୍ ଇଣ୍ଡିଆର ଆଗାମୀ ମ୍ୟାଚ ଆଫଗାନିସ୍ତାନ ,ୱେଷ୍ଟଇଣ୍ଡିଜ ,ବାଂଲାଦେଶ ସହ ରହିଛି । ଏହି ମ୍ୟାଚଗୁଡିକରେ ଭୁବନେଶ୍ୱର ନିର୍ଣ୍ଣାୟକ ଭୂମିକା ସାଜିଥାନ୍ତେ । ଏଠାରେ ସୂଚନାଯୋଗ୍ୟ ଭୁବନେଶ୍ୱରଙ୍କ ପୂର୍ବରୁ ଟିମ୍ ଇଣ୍ଡିଆର ଓପନର ଶିଖର ଧାୱନ ମଧ୍ୟ ଆହାତ କାରଣରୁ ତିନିସପ୍ତାହ ପାଇଁ ଦଳରୁ ବାଦ୍ ପଡିଛନ୍ତି । ଶିଖରଙ୍କ ସ୍ଥାନରେ ବିଜୟଶଙ୍କର ଦଳରେ ସ୍ଥାନ ପାଇଛନ୍ତି ।

LEAVE A REPLY

Please enter your comment!
Please enter your name here