୨୦୧୯ ବିଶ୍ୱକପର ଦ୍ୱିତୀୟ ମ୍ୟାଚରେ ପାକିସ୍ତାନକୁ ଟକ୍କର ଦେବ ୱେଷ୍ଟଇଣ୍ଡିଜ୍ । ସର୍ଫରାଜ ଅହମ୍ମଦଙ୍କ ନେତୃତ୍ୱାଧୀନ ପାକିସ୍ତାନ ଟିମ୍ ବର୍ତମାନ ଭଲ ଫର୍ମରେ ନାହିଁ ।ବିଶ୍ୱକପ ପୂର୍ବରୁ ସର୍ଫରାଜଙ୍କ ପାକିସ୍ତାନ ଟିମ୍ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ଠାରୁ ସିରିଜ୍ ହାରିସାରିଛି । କିନ୍ତୁ ୨୦୧୭ ଚାମ୍ପିଅନ୍ସ ଟ୍ରଫିରେ ପ୍ରଥମରୁ ହାରି ମଧ୍ୟ ପରେ କମବ୍ୟାକ୍ କରି ଚାମ୍ପିଅନ ହୋଇଥିବା ପାକିସ୍ତାନ ବିଶ୍ୱକପରେ ଭଲ ପ୍ରଦର୍ଶନ କରିବ ବୋଲି ଆଶା ରଖିଛନ୍ତି ଅଧୀନାୟକ ସର୍ଫରାଜ ଅହମ୍ମଦ । ସେପଟେ ବିଶ୍ୱରେ ଦୁର୍ଦ୍ଦଶ ଟିମ୍ ଭାବେ ପରିଚିତ ୱେଷ୍ଟଇଣ୍ଡିଜ୍ ଟ୍ରାଇ-ସିରିଜ ଫାଇନାଲରେ ବାଂଲାଦେଶ ନିକଟରୁ ହାରିଥିଲେ ବି ଭଲ ଫର୍ମରେ ରହିଛି । ଚଳିତ ବିଶ୍ୱକପର ଦାବିଦାର ଥିବା ଇଂଲଣ୍ଡ ବିପକ୍ଷ ସିରିଜ୍କୁ ୨-୨ରେ ବରାବର ରଖିଥିବା ୱେଷ୍ଟଇଣ୍ଡିଜ ଦଳରେ ଅଭିଜ୍ଞ କ୍ରିସ୍ ଗେଲ୍ ,ଏଭିନ୍ ଲୁଇସ୍ ,ହୋପ୍ ଓ ଡାରେନ୍ ବ୍ରାଭୋ ଅଛନ୍ତି । ଏତତ୍ ବ୍ୟତିତ୍ ଏଥର ଆଇପିଏଲରେ ବିସ୍ପୋରକ ଇଂନିସ ଖେଳୁଥିବା ଆନେ୍ଦ୍ର ରସେଲ ,ବ୍ରାଥୱେଟଙ୍କ ଭଳି ମ୍ୟାଚ ବିଜେତା ଖେଳାଳି ବି ଦଳରେ ଅଛନ୍ତି । ଭାରତୀୟ ସମୟ ଅପରାହ୍ନ ୩ଟାରେ ମ୍ୟାଚ ଆରମ୍ଭ ହେବ ।
ଗୁରୁବାର ଖେଳାଯାଇଥିବା ଉଦଘାଟନୀ ମ୍ୟାଚ୍କୁ ଆୟୋଜକ ଇଂଲଣ୍ଡ ବୃହତ ବ୍ୟବଧାନରେ ଜିତିନେଇଛି ।ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ନିର୍ଦାରିତ ୫୦ ଓଭରରେ ୮ ୱିକେଟ୍ ହରାଇ ୩୧୧ ରନ୍ କରିଥିଲା । ଜବାବରେ ଦକ୍ଷିଣଆଫ୍ରିକା ଇଂଲଣ୍ଡ ବୋଲରଙ୍କୁ ସାମ୍ନା କରିନପାରି ୩୯.୫ ଓଭରରେ ସମସ୍ତ ୱିକେଟ୍ ହରାଇ ୨୦୭ ରନ୍ କରିବାକୁ ସକ୍ଷମ ହୋଇଥିଲା ।ଅଲରାଉଣ୍ଡର ପଦର୍ଶନ ପାଇଁ ଇଂଲଣ୍ଡର ବେନ୍ ଷ୍ଟୋକ୍ସଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ ବିବେଚିତ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here