ଦେବଗଡ : ଜାତୀୟ କ୍ରିଡା ଦିବସ ଉପଲକ୍ଷେ ଓଡିଶା ପ୍ରାନ୍ତୀୟ ମାରୱାଡି ଯୁବାମଞ୍ଚ ଦେବଗଡ଼ ଶାଖା ପକ୍ଷରୁ ପ୍ରଧାନପାଟ ସାଇ ମନ୍ଦିର ସମ୍ମୁଖରୁ ଏକ ସାଇକେଲ ମାରାଥନ ଆୟୋଜନ କରାଯାଇଥିଲା । ମଞ୍ଚର ସଭାପତି ମନୀଷ ଅଗ୍ରୱାଲଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା କ୍ରୀଡା ଅଧିକାରୀ ଶଙ୍କର ପ୍ରସାଦ ଅଧିକାରୀ ପତାକା ଦେଖାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି ସାଇକେଲ ମାରାଥନ ରେ ବହୁ ଯୁବକ ସାମିଲ ହୋଇ ଅଂଶ ଗ୍ରହଣ କରିଥିଲେ ଯୁବ ବର୍ଗ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା । ୧୦ କିମି ସାଇକେଲ ମାରାଥନ ଅଂଶ ଗ୍ରହଣ କାରିଥିବା କୃତୀ ପ୍ରତିଯୋଗୀଙ୍କୁ ମଞ୍ଚ ପକ୍ଷରୁ ପୁରସ୍କୃତ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here