ଓଡିଶା ମହିଳା ଫୁଟବଲ୍ ଲିଗ୍ ପାଇଁ ଆଜି ଜର୍ସି ଉନ୍ମୋଚିତ ହୋଇଛି । କଳିଙ୍ଗ ଷ୍ଟାଡିଅମରେ ଆୟୋଜିତ କାର୍ଯ୍ୟକ୍ରମରେ ଏହି ଜର୍ସି ଉନ୍ମୋଚନ କରାଯାଇଥିଲା । ଆସନ୍ତାକାଲି ଠାରୁ ଏହି ମ୍ୟାଚ ଆରମ୍ଭ ହେବ । ଏହି ଲିଗରେ 6 ଟି ଦଳ ଭାଗ ନେବେ ଏବଂ 30ଟି ମ୍ୟାଚ ଅନୁଷ୍ଠିତ ହେବ । ଓଡିଶା ଫୁଟବଲ୍ ଆସୋସିଏସନ ଓ ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବବ୍ୟାପାର ବିଭାଗ ପକ୍ଷରୁ ଏହା ଆୟୋଜନ କରାଯାଇଛି । ଲିଗରେ ଚାମ୍ପିଅନ ଦଳ ସିଧାସଳଖ ଇଣ୍ଡିଆନ ଫୁଟବଲ୍ ଲିଗରେ ଭାଗ ନେଇ ପାରିବେ ବୋଲି କ୍ରୀଡା ବିଭାଗ ନିର୍ଦ୍ଦେଶକ କହିଛନ୍ତି ।

LEAVE A REPLY

Please enter your comment!
Please enter your name here