ଭୁବନେଶ୍ୱର CRP ଛକ ପାଖରେ ଥିବା ଏକ ମାର୍କେଟ୍ କମ୍ପ୍ଲେକ୍ସରେ ସର୍ଟସର୍କିଟ୍ରୁ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ସୂଚନା ମିଳିବା ମାତ୍ରେ ଅଗ୍ନିଶମ ବାହିନୀର କର୍ମଚାରୀ ମାନେ ତୁରନ୍ତ ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ନୁଆ କରି ଖୋଲିଥିବା ଟେଡି ଦୋକାନରେ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲିଭା କାର୍ଯ୍ୟରେ ୪ଟି ଅଗ୍ନିଶମ ବାହିନୀ ନିୟୋଜିତ ହୋଇଛନ୍ତି।ରାଜଧାନୀରେ ଲଗାତାର ଅଗ୍ନିକାଣ୍ଡ ଘଟଣା ଚିନ୍ତା ବଢ଼ାଇଛି। ସ୍ଥାନୀୟ ବ୍ୟବସାୟୀମାନେ କହିଛନ୍ତି ଯେ,ନିଆଁ ହଠାତ୍ ଭାବେ ଲାଗିଥିଲା ଏବଂ କିଛି ସମୟ ମଧ୍ୟରେ ଏହା ବହୁତ ବଡ଼ ଆକାର ନେଇଥିଲା। ଚାରିଆଡେ ଧୁଆଁମୟ ହୋଇଯାଇଥିଲା। ଏପର୍ଯ୍ୟନ୍ତ କେତେ କ୍ଷୟକ୍ଷତି ହୋଇଛି ସେନେଇ ସ୍ପଷ୍ଟ ସୂଚନା ମିଳିନି ।ଗତ କିଛି ଦିନ ତଳେ ଭୁବନେଶ୍ୱରର ଲିଙ୍ଗିପୁର ସୁପରମାର୍କେଟରେ ବି ଭୟଙ୍କର ଅଗ୍ନିକାଣ୍ଡ ହୋଇଥିଲା। ଦୀର୍ଘ ୨୧ ଘଣ୍ଟା ପରେ ନିଆଁକୁ ଆୟତ୍ତ କରାଯାଇଥିଲା।













