ବେଙ୍ଗାଲୁରରେ ଆରମ୍ଭ ହୋଇଛି ଏରୋ ଇଣ୍ଡିଆ ସୋ । ବେଙ୍ଗାଲୁରୁର ୟେଲହାଙ୍କା ଏୟାରଫୋର୍ସ ଷ୍ଟେସନରେ ଆରମ୍ଭ ହୋଇଥିବା ଏହି ସୋ ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ଚାଲିବ । ଆଜି ଏହି ସୋକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଉଦଘାଟନ କରିଛନ୍ତି । ଉଦଘାଟନୀ ଉତ୍ସସବରେ ତେଜସ୍, ରାଫେଲ୍ ଓ ଲାଇଟ୍ ୟୁଟିଲିଟି ହେଲିକପ୍ଟରର ଚିତ୍ତାକର୍ଷକ ଉଡ଼ାଣ ପ୍ରଦର୍ଶନ ସମସ୍ତଙ୍କୁ ବିମୁଗ୍ଧ କରିଛି । 14ଟି ଦେଶର 78ଟି କଂପାନୀ ଏହି ସୋରେ ଭାଗ ନେଇଥିବା ବେଳେ ଭାରତୀୟ ବାୟୁସେନା, ସ୍ଥଳ ସେନା, ନୌସେନା, ହାଲ, ତଟରକ୍ଷୀ ବାହିନୀର ଅନେକ ବିମାନ ମଧ୍ୟ ଏହି ପ୍ରଦର୍ଶନୀରେ ଭାଗ ନେଇଛନ୍ତି । ଡିଆରଡିଓ ପକ୍ଷରୁ ଏହି ସୋ ଆୟୋଜନ କରାଯାଇଛି ।

LEAVE A REPLY

Please enter your comment!
Please enter your name here